ଚୋରି ଅଭିଯୋଗରେ ୪ ଗିରଫ

ଗୁରୁଡିଝାଟିଆ :  ଚୋରି ଅଭିଯୋଗରେ ଖୁଣ୍ଟୁଣୀ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ବିନୋଦ ଖଟୁଆ(୪୮), କନ୍ଦର୍ପ ଖଟୁଆ(୩୮), ବିକାଶ ଖଟୁଆ(୨୨), ପବିତ୍ର ଖଟୁଆ(୩୨) । ସମସ୍ତ ଅଭିଯୁକ୍ତଙ୍କ ଘର ରାଧାକିଶୋରପୁର ଅନ୍ତର୍ଗତ ଖମାରନୂଆଗାଁ ଗ୍ରାମରେ। ଖମାରନୂଆଗାଁ ନିକଟସ୍ଥ ନିର୍ମାଣଧିନ ରେଳଲାଇନ ନିକଟରୁ ଲୁହାରଡ, ବାଇକ, ପ୍ରାୟ ୩ କୁଇଣ୍ଟାଲ ଲୁହାସାମଗ୍ରୀ ଚୋରି କରିବା ନେଇ ଲଙ୍କା ଆର ଏସ କେ ଇନଫ୍ରାଷ୍ଟକଚର ପିଭିଟି କମ୍ପାନୀର ସହକାରୀ ଯନ୍ତ୍ରୀ ଆକାଶ ମୁଦୁଲି ଗତକାଲି ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ତଦନ୍ତକାରୀ ଅଧିକାରୀ ଉପନିରୀକ୍ଷକ ସୋନିଲା ଆନନ୍ଦ ଅଭିଯୁକ୍ତକୁ ଗିରଫ କରିବା ସହ ଆଜି କୋର୍ଟଚାଲାଣ କରିଛନ୍ତି।

Comments are closed.