ଛେଳି ଚୋରି ସହ ମହିଳାଙ୍କୁ ମାଡ ୪ ଯୁବକ ଗିରଫ

ପାଟଣା  : ପାଟଣା ଥାନା ମଲ୍ଲିପଶି ଗ୍ରାମର ମଙ୍ଗଳୁ ମହାରଣାଙ୍କ ଗୁହାଳରୁ ଗତ ୧୦ ତାରିଖ ରାତିରେ ଗୋଟାଏ ଛେଳି ଚୋରି ହୋଇଥିଲା । ତେବେ ତା ପର ଦିନ ଛେଳି ଟିର ସନ୍ଧାନ ପାଇବା ପରେ ମଙ୍ଗଳୁ ଙ୍କ ପତ୍ନୀ ସୁନାମଣୀ ଲୋହାର ଛେଳିକୁ ବାନ୍ଧି ରଖିଥିବା ବ୍ୟକ୍ତିଙ୍କୁ ଏହା ମୋର ଛେଳି ବୋଲି କହିବାରୁ ତାଙ୍କୁ ୪ ଜଣ ଯୁବକ ମାଡ ମାରିଥିବା ସୁନାମଣୀ ପାଟଣା ଥାନାରେ ଅଭିଯୋଗ କରିଥିଲେ । ପାଟଣା ଥାନା ପକ୍ଷରୁ ଘଟଣାର ତଦନ୍ତ କରାଯାଇ ଛେଳି ଚୋରି ସହ ମହିଳାଙ୍କୁ ମାଡ ମାରିଥିବା ଅଭିଯୋଗରେ ୪ ଜଣ ଯୁବକ ଙ୍କୁ ଗିରଫ କରାଯାଇଛି । ଗିରଫ ୪ ଜଣ ହେଲେ କାଶିଆର ଗୁବା ମୁଣ୍ଡା , ମୁଷାଖୋରି ଗ୍ରାମର ସମରୁ ମହାରଣା , ଖମୁଆ ଗ୍ରାମର ସନାତନ ମହାରଣା ଓ ଦିଲୁ ମହାରଣା ବୋଲି ଜଣାପଡିଛି । ସମସ୍ତ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Comments are closed.