ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇପାରନ୍ତି ୪ ନୂଆ ବିଚାରପତି

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇପାରନ୍ତି ୪ ନୂଆ ବିଚାରପତି । ଏନେଇ ସୁପ୍ରିମକୋର୍ଟ କଲେଜିୟମରୁ ଅନୁମୋଦନ ମିଳିଛି । ଗତ ୨୯ ତାରିଖରେ ବସିଥିବା ସୁପ୍ରିମକୋର୍ଟ କଲେଜିୟମ୍ ବୈଠକରେ ଏହାକୁୂ ଅନୁମତି ଦିଆଯାଇଛି । ୪ ଜଣ ଆଇନଜୀବୀଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯିବା ଲାଗି ସୁପ୍ରିମକୋର୍ଟ କଲେଜିୟମକୁ ପ୍ରସ୍ତାବ ଦିଆଯାଇଥିଲା । ପ୍ରସ୍ତାବ ଦିଆଯାଇଥିବା ୪ ଅଇନଜୀବୀ ହେଉଛନ୍ତି ଭି.ନରସିଂହ, ସଞ୍ଜୟ ମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଓ ରମଣ ମୁରହରି (ଏମ୍ ଏସ୍ ରମଣ) । ଏହି ଚାରିଜଣ ଆଇନଜୀବୀ ନିଯୁକ୍ତି ପାଇବା ପରେ ହାଇକୋର୍ଟଙ୍କ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇବ ।

Comments are closed.