ବ୍ୟାଙ୍କ ଆଗରୁ ବନ୍ଧୁକ ଦେଖାଇ ସାଢ଼େ ଚାରି ଲକ୍ଷ ଟଙ୍କା ଲୁଟ୍

ଲୁଟିଆମାନେ ଦିନ ଦି ପହରରେ ବ୍ୟାଙ୍କ ସମ୍ମୁଖରୁ ବନ୍ଧୁକ ଦେଖାଇ ଗ୍ରାହକମାନଂକଠାରୁ ପ୍ରାୟ ସାଢ଼େ ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

କଟକ ଜିଲ୍ଲା ଟାଙ୍ଗୀ ବସଷ୍ଟାଣ୍ଡ ନିକଟରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆକୁ ଛତିଆ ନିକଟସ୍ଥ ଏକ ପେଟ୍ରୋଲ ପମ୍ପର ୪ କର୍ମଚାରୀ  ଦୁଇଟି ବାଇକରେ ଟଙ୍କା ନେଇ ଜମା କରିବାକୁ ଆସିଥିଲେ । ସେହି ସମୟରେ ୨ ଜଣ ଯୁବକ ବାଇକରେ ଆସି ବନ୍ଧୁକ  ଦେଖାଇ ସେମାନଙ୍କ ନିକଟରେ ଥିବା ୪ଲକ୍ଷ ୫୫ହଜାର ୪୦୦ଟଙ୍କା ଲୁଟିନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଖବର ପାଇଁ  ଟାଙ୍ଗୀ ପୋଲିସ ପହିଞ୍ଚି ତଦନ୍ତ ଜାରି ରଖିଛି ।

Comments are closed.