୩ୟ ଓ ୫ମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶିତ

ବାଙ୍କୀ : ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିଚାଳନାରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସଞ୍ଚାଳିତ ହୋଇଥିବା ୩ୟ ଓ ୫ମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାର ଫଳାଫଳ ସୋମବାର ଦିନ ଅପରାହ୍ନରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ପ୍ରକାଶ ପାଇଥିବା ସୂଚନା ମିଳିଛି। ବ୍ଲକ ଶିକ୍ଷାଧିକାରୀ ପ୍ରିୟମ୍ବଦା ନନ୍ଦଙ୍କ ସୂଚନା କ୍ରମରେ ୨୦୨୦-୨୧ବର୍ଷ ପାଇଁ ୩ୟ ଶ୍ରେଣୀ ମେଧାବୃତ୍ତି ନିମନ୍ତେ ୧୨୨ଜଣ ଏବଂ ୫ମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ପାଇଁ ୧୧୩ଜଣ ପରୀକ୍ଷା ଦେଇଥିଲେ। ଫଳାଫଳ ପ୍ରକାଶ ଅନୁଯାୟୀ ୩ୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ୭ଜଣ ମେରିଟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିମିଳିପୁର ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରୀ ଶୁଶ୍ରୀ ସୁହାସିନୀ ନାୟକ,ବାଙ୍କୀ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଓମ୍ ପ୍ରକାଶ ସାମଲ,ତୁଳସୀପୁର ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ପ୍ରୀତମ ପ୍ରିୟଦର୍ଶିନୀ ଦାସ,ବାଙ୍କୀ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଶୁଭମ୍ ପ୍ରକାଶ ସାମଲ,ତୂଳସୀପୁର ସରସ୍ୱତୀ ଶିଶୁମନ୍ଦିରର ଛାତ୍ରୀ ସ୍ମୃତି ସାଧନା ରାଉତ,ଜୋରକୂଳ  ଅପର ପ୍ରାଇମେରୀ ସ୍କୁଲର ଛାତ୍ରୀ ଶୁଭଶ୍ରୀ ରାଉତ ଏବଂ ଗୁଣ୍ଡିଚାପଦା ପ୍ରାଥମିକ ବିଦ୍ୟାଳୟର ଛାତ୍ର ସୂର୍ଯ୍ୟନାରାୟଣସିଂ ଦେଓ ୩ୟ ଶ୍ରେଣୀ ମେଧାବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ୫ମ ମେଧାବୃତ୍ତି ପରୀକ୍ଷାରେ ସଫଳତା ପାଇ ବାଙ୍କୀ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ଏମ.ଏ ଆକାଂକ୍ଷା ଅରୋସ୍ମିତା,କୁଶୁନ୍ଦା ନୋଡାଲ ବିଦ୍ୟାଳୟର ଛାତ୍ର ସଂକଳ୍ପ ବେହେରା,ବାଙ୍କୀ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ସୁଭାଶିଷ ମନ୍ତ୍ରୀ,ଶିଶିର ମିଶ୍ର,ନିସ୍ତିପୁର ଶିଶୁମନ୍ଦିରର ଛାତ୍ରୀ ସୁଚିତ୍ରା ଜେନା,ତୂଳସୀପୁର ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ସାସ୍ୱତୀ ସ୍ୱେତଲିନା ସ୍ୱାଇଁ ଏବଂ ଛାତ୍ରୀ ସନ୍ଦିପା ସୁଭଦର୍ଶିନୀ ସାହୁ ପ୍ରମୁଖ ମେଧାବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଡର ନଂ ୧୩୩ ଓ ଅଡର ନଂ ୧୩୦ ତା-୨୫/୦୧/୨୦୨୧ରିଖରେ ପରୀକ୍ଷାଫଳ ପ୍ରକାଶ ପାଇଥିବା ସୂଚନା ମିଳିଛି। ବ୍ଲକ ଶିକ୍ଷାଧିକାରୀଣୀ ପ୍ରିୟମ୍ବଦା ନନ୍ଦ ପରୀକ୍ଷାଫଳ ପ୍ରକାଶ କରିଥିଲା ବେଳେ ଏବିଇଓ ପ୍ରଫୁଲ୍ଲ କୁମାର ବେହେରା ଓ ଅଶୋକ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ।

Comments are closed.