ତୃତୀୟଲିଙ୍ଗୀଙ୍କୁ ଜିଲା ପ୍ରଶାସନ ତରଫରୁ ରାସନ ସାମଗ୍ରୀ ପ୍ରଦାନ

ବରଗଡ଼ : ଲାକଡାଉନ୍ ଯୋଗୁଁ ସମସ୍ତଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖିନ ହେବା ପରି ଘଟଣା ଦେଖିବାକୁ ମିଳୁଛି । ଏହିପରି ପରିସ୍ଥିତିରେ ଯେଉ ତୃତୀୟଲିଙ୍ଗୀମାନେ ଅଛନ୍ତି ସେମାନେ ମଧ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛନ୍ତି । ଏଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଜିଲା ପ୍ରଶାସନ ତରଫରୁ ସେମାନଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ବରଗଡ଼ ଉପ-ଜିଲ୍ଲାପାଳଙ୍କ ଅଫିସ୍ ପରିସରରେ ଏହା ପ୍ରଦାନ କରାଯିବା ସମୟରେ ଉପ ଜିଲ୍ଲାପାଳ ପ୍ରଭାତ ଦଣ୍ଡସେନା, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ପ୍ରାୟ ୧୦ଜଣ ତୃତୀୟ ଲିଙ୍ଗୀଙ୍କୁ ୧୦୦୦ ଟଙ୍କାର ରାସନ ପ୍ରଦାନ କରାଯାଇଛି ।

Comments are closed.