ଅଗଷ୍ଟ ମଝିରେ ତୃତୀୟ ଲହର

ନୂଆଦିଲ୍ଲୀ : ଆସନ୍ତାମାସ (ଅଗଷ୍ଟ) ମଧ୍ୟ ଭାଗରେ ଦେଶରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଆସିବ ଓ ସେପ୍ଟେମ୍ବର ମାସରେ ଏହି ସଂକ୍ରମଣ ଶିଖର ଛୁଇଁବ ବୋଲି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ପକ୍ଷରୁ ସୋମବାର ପ୍ରକାଶିତ ଆକଳନ ପତ୍ର (ରିପୋର୍ଟ)ରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ତୃତୀୟ ଲହରର ଶିଖର ସମୟରେ ଦୈନିକ ସଂକ୍ରମଣ ୧.୭ଲକ୍ଷ ରହିବ। ଆଉ ଟିକାକରଣ ହିଁ ତୃତୀୟ ଲହରକୁ ମୁକାବିଲା କରିବାର ଏକମାତ୍ର ବିକଳ୍ପ। କରୋନା ଦ୍ବିତୀୟ ଲହରକୁ ନେଇ ଏସବିଆଇ ପୂର୍ବରୁ ଯେଉଁ ଆକଳନ କରିଥିଲା ତାହା ଅଳ୍ପ ବହୁତେ ଠିକ୍ ପ୍ରମାଣିତ ହୋଇଛି। ମେ ତୃତୀୟ ସପ୍ତାହରେ କରୋନା ଦ୍ବିତୀୟ ଲହର ଶିଖର ଛୁଇଁବ ବୋଲି ଏସବିଆଇ ପୂର୍ବାନୁମାନ କରିଥିବାବେଳେ ମେ ୭ରେ ଏହା ଶିଖର ଛୁଇଁଥିଲା।

Comments are closed.