ତୃତୀୟ ପର୍ଯ୍ୟାୟ ନିର୍ବାଚନ : ୬୬% ମତଦାନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ମଙ୍ଗଳବାର ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୧୧୬ଟି ଆସନ ପାଇଁ ମତଦାନ ହୋଇଛି। ନିର୍ବାଚନ ଆୟୋଗ (ଇସି) ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ୬୬ ପ୍ରତିଶତ ମତଦାନ ହୋଇଛି। ଏଥିମଧ୍ୟରେ ଆସାମରେ ସର୍ବାଧିକ ୮୦% ମତଦାନ ହୋଇଛି। ୭୪.୦୫%, ବିହାର ୫୪.୯୪%,
ଗୋଆ ୭୩.୨୩%, ଗୁଜରାଟ ୬୩.୬୭%, ଜାମ୍ମୁ-କାଶ୍ମୀର ୧୩.୬୧%, କର୍ଣ୍ଣାଟକ ୬୭.୫୬%, କେରଳ ୭୧.୬୭%, ମହାରାଷ୍ଟ୍ର ୫୮.୯୮%, ଓଡିଶା ୬୦%, ତ୍ରିପୁରା ୬୯.୬୪%, ଉତ୍ତରପ୍ରଦେଶ ୬୧.୩୫%, ପଶ୍ଚିମବଙ୍ଗ ୭୮.୬୯%, ଛତିଶଗଡ ୬୪.୬୮%, ଦାଦ୍ରାନଗର ହାବେଳି ୫୬.୮୧%, ଡାମନ ଡିୟୁ ୫୫.୦୨% ମତଦାନ ହୋଇଛି। ଆଜିର ମତଦାନ ସମୟରେ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ହିଂସାକାଣ୍ଡ ଘଟି ଜଣେ ଭୋଟରଙ୍କ ମୃତ୍ୟୁ ହୋଇଛି। ମୃତ ଭୋଟର ଜଣଙ୍କ ହେଉଛନ୍ତି ତ୍ୟାରୁଲ ଶେଖ (୫୨)। ତୃଣମୂଳ କଂଗ୍ରେସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ ଶେଖ ଓ ତାଙ୍କ ପୁଅ ଭୋଟ ଦେବା ପାଇଁ ଧାଡିରେ ଠିଆ ହୋଇଥିବାବେଳେ ସଂଘର୍ଷ ଘଟିଥିଲା। ସଂଘର୍ଷରେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। କଂଗ୍ରେସ କହିଛି ଯେ ଶେଖ ତାଙ୍କ ଦଳର ଜଣେ କର୍ମୀ। ସଂଘର୍ଷ ପାଇଁ ତୃଣମୂଳ କଂଗ୍ରେସକୁ ଦଳ ଦାୟୀ କରିଛି।
ଏହି ପର୍ଯ୍ୟାୟରେ ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୧୧୬ଟି ଆସନ ପାଇଁ ମତଦାନ ହୋଇଛି। ଏଥିରେ ରହିଛି ଗୁଜରାଟର ୨୬, କେରଳର ୨୦, ଗୋଆର ୨, ଆସାମର ୪, ବିହାରର ୫, ଛିତିଶଗଡ଼ର ୭, କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୪, ଜାମ୍ମୁ-କାଶ୍ମୀରର ଗୋଟିଏ, ଓଡ଼ିଶାର ୬, ଉତ୍ତରପ୍ରଦେଶର ୧୦, ପଶ୍ଚିମବଙ୍ଗର ୫, ଦାଦ୍ରା ଓ ନଗରହାବେଳିର ୧ ଏବଂ ଡାମନ ଓ ଡିଉର ୧ ଆସନ। ଏହାବ୍ୟତୀତ ତ୍ରିପୁରାରେ ସ୍ଥଗିତ ଥିବା ଗୋଟିଏ ଆସନ ପାଇଁ ମତଦାନ ହୋଇଛି। ଗୁଜରାଟର ଗାନ୍ଧୀନଗରରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଜେପି ସଭାପତି ଅମିତ ଶାହା, କେରଳର ବାୟାନାଡ଼ରୁ ଲଢ଼ୁଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ଉତ୍ତରପ୍ରଦେଶର ମୈନିପୁରରୁ ପ୍ରାର୍ଥୀ ହୋଇଥିବା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ, କର୍ଣ୍ଣାଟକର ଗୁଲବର୍ଗାରୁ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼୍‌ଗେ, ତିରୁଅନନ୍ତପୁରମ୍‌ରୁ ଶଶୀ ଥରୁର, ମହାରାଷ୍ଟ୍ରର ବାରମତିରୁ ଏନ୍‌ସିପି ପ୍ରାର୍ଥୀ ସୁପ୍ରିୟା ସୁଲେ ଓ ଜାମ୍ମୁ-କାଶ୍ମୀରର ଅନନ୍ତନାଗରୁ ମେହବୁବା ମୁଫତି ପ୍ରମୁଖଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି।
ତୃତୀୟ ପର୍ଯ୍ୟାୟରେ…

Comments are closed.