ବେଙ୍ଗାଲୁରୁ ଦିନିକିଆ : ୨୬ ଓଭର​ରେ ଅଷ୍ଟ୍ରେଲିଆର ସ୍କୋର ୧୫୦/୨

ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଏକଦିବସୀୟ କ୍ରିକେଟ୍‍ ମ୍ୟାଚ୍‍ ରେ ଅଷ୍ଟ୍ରେଲିଆ ୨୫ ଓଭର​ରେ ୨ୱିକେଟ ହରାଇ ୧୪୨ ରନ ସଂଗ୍ରହ କରିଛି।    ରବିବାର ବେଙ୍ଗାଲୁରୁରେ ଏହି ମ୍ୟାଚ ଖେଳାଯାଉଛି। ଅଷ୍ଟ୍ରେଲିଆ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରୁଛି । ଦଳ ପକ୍ଷରୁ ୱାର୍ଣ୍ଣର ୩ ରନ କରି ଆଉଟ ହୋଇଥିବା ବେଳେ ଷ୍ଟିଭେନ ସ୍ମିଥ ଅର୍ଦ୍ଧ ଶତକ ହାସଲ କରିଛନ୍ତି। ୨୬.୩ ଓଭରରେ ଅଷ୍ଟ୍ରେଲିଆ ୧୫୦ ରନ କରିଛି ।
ସିରିଜ୍‍ର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିବା ବେଳେ ଗତ ଶୁକ୍ରବାର ଦିନ ରାଜକୋଟରେ ଅନୁଷ୍ଠିତ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଥିଲା। ଫଳରେ ଏବେ ଏହି ସିରିଜ୍‍ ୧-୧ରେ ଅମୀମାଂସିତ ରହିଛି।

Comments are closed.