ବାରବାଟୀ ଦିନିକିଆ : ପ୍ରଥମ ମ୍ୟାଚରେ ସାଇନିଙ୍କ ଜବରଦସ୍ତ ବୋଲିଂ

କଟକ : ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଚଳିତ ସିରିଜର ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ନିଜ କ୍ୟାରିୟରର ପ୍ରଥମ ମ୍ୟାଚ ଖେଳୁଥିବା ଦ୍ରୁତ ବୋଲର ନବଦୀପ ସାଇନି ଜବରଦସ୍ତ ବୋଲିଂ କରୁଥିବା ଦେଖାଯାଇଛି। ସାଇନି ଏପର୍ୟ୍ୟନ୍ତ ୭ଓଭର ବୋଲିଂ କରି ମାତ୍ର ୨୨ରନ ଦେଇ ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି। ସେ ସିମରନ ହେଟମେୟର ଓ ରୋଷ୍ଟନ ଚେଜଙ୍କ ଓ୍ଵିକେଟ ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୭ଓଭର ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ ୧୭୮ରନ କରି ୪ଟି ୱିକେଟ ହରାଇଛି।

Comments are closed.