୩ୟ ଦିନିକିଆରେ ବିଜୟ ସହ ସିରିଜ କ୍ଲିନ ସୁଇପ କଲା ନ୍ୟୁଜିଲାଣ୍ଡ

ମାଉଣ୍ଟ ମୌଙ୍ଗନୁଇ: ନ୍ୟୁଜିଲାଣ୍ଡ ପାଇଁ ଟିମ ଇଣ୍ଡିଆ ରଖିଥିବା ୨୯୬ରନର ବିଜୟ ଲକ୍ଷ୍ୟକୁ ପିଛାକରି ମାତ୍ର ୫ ଓ୍ବିକେଟ ହରାଇ ୩୦୦ରନ କରି ୩ୟ ଦନିକିଆ ଜିତିବା ସହ ସିରିଜ କ୍ଲିନ ସୁଇପ କରିଛି। ମଙ୍ଗଳବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଦିନିକିଆରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ଓ୍ବିକେଟ ହରାଇ ୨୯୬ ରନ କରିଥିଲା।

ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲ ଓ ହେନେରି ନିକୋଲାସଙ୍କ ମଧ୍ୟରେ ୧୦୦ ରନର ଭାଗିଦାରି ହୋଇଥିଲା। ଏହାପରେ ମାର୍ଟିନ  ଗୁପଟିଲ ୬୬ରନ କରି ଆଉଟ ହୋଇଥିଲେ। ପରେ ଅଧିନାୟକ କେନ ଓ୍ବିଲମସନ( ୨୨), ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ରସ ଟେଲର(୧୨), ହେନେରି ନିକୋଲାସ( ୮୦), ନିଶମ ( ୧୯)ରନ କରି ଆଉଟ ହୋଇଥିଲେ। କଲିନ ଡି ଗ୍ରଣ୍ଡ ହୋମ (୫୪) ଓ ଲାଥାମ (୩୨) ରନରେ ଅପରାଜିତ ରହି ମ୍ୟାଚକୁ ଜିତାଇଥିଲେ।

ଭାରତ ପକ୍ଷରୁ ବୋଲିଂରେ ଚହଲ ୩ଟି , ସାର୍ଦ୍ଦୁଲ ଠାକୁର ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ପାଇଥିଲେ। ବୁମ୍ରା ଓ ନବଦୀପ ସାଇନି କୌଣସି ଓ୍ବିକେଟ ନେଇପାରି ନ ଥିଲେ।

ସେହିପରି, ଭାରତ ବ୍ୟାଟିଂ ଆରମ୍ଭ କରିବା ପରେ ମାତ୍ର ୮ ରନରେ ପ୍ରଥମ ୱିକେଟ ହରାଇଥିଲା। ପରେ ପରେ ୩୨ ରନରେ ଅଧିନାୟକ ବିରାଟ କୋହଲି ଏବଂ ୬୨ ରନରେ ପୃଥ୍ବୀ ଶ ଆଉଟ ହୋଇଯାଇଥିଲେ। ଏହା ପରେ ଶ୍ରେୟସ ଆୟର ଏବଂ ରାହୁଲ ୧୦୦ ରନ୍‌ର ଭାଗିଦାରି କରି ଦଳର ସ୍ଥିତିକୁ ସୁଧାରିଥିଲେ। ମାତ୍ର ୩୦.୩ ଓଭରରେ ଶ୍ରେୟସ ଗ୍ରାଣ୍ଡହୋମଙ୍କ ବଲକୁ ଡିଫେନ୍ସ କରିବାକୁ ଯାଇ ୬୨ ରନରେ ଆଉଟ୍‌ ହୋଇଯାଇଥିଲେ। ମନୀଷ ପାଣ୍ଡେ( ୪୨) ଏବଂ ରାହୁଲ (୧୧୨)ରନକରି ସ୍ଥିତିକୁ ସୁଦୃଢ କରିଥିଲେ। ହେଲେ ଉଭୟ ୪୬ ଓଭରରେ ବେନେଟଙ୍କ ଶିକାର ହୋଇଥିଲେ। ପରେ ରବୀନ୍ଦ୍ର ଜାଡେଜା ଓ ସରଦୁଲ ଠାକୁର ପାରିକୁ ସମ୍ଭାଳିଥିଲେ। ସାର୍ଦ୍ଦୁଲ ୪୮ତମ ଓଭରରେ ୭ରନ କରି ଆଉଟ ହୋଇଥିଲେ। ପରେ ନବଦୀପ ସଇନି ଜାଡେଜାଙ୍କ ସହ ମିସି ପାରି ସମ୍ଭାଳିଥିଲେ। ନବଦୀପ ସଇନି(୪ ) ଜାଡେଜା( ୭ )ରନ କରିଥିଲେ।

Comments are closed.