ଦିନ @୩ ମୁଖ୍ୟ ଖବର

(୧) ଆସନ୍ତା ୮ ତାରିଖରେ ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ … ଅପରାହ୍ଣ ୪ଟାରେ ରେଜଲ୍ଟ ଦେଖିପାରି​‌ବେ ଛାତ୍ରଛାତ୍ରୀ… www.odisharesults.nic.inରେ ଉପଲବ୍ଧ ହେବ ଫଳ… ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା…

(୨) ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା…କାଲି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ଗୃହମନ୍ତ୍ରୀ… ୮ ତାରିଖ ସକାଳେ ପ୍ରଭୁ ଲିଙ୍ଗରାଜଙ୍କୁ କରିବେ ଦର୍ଶନ.. ପରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ​‌ ସାମିଲ..

(୩) ଲଘୁଚାପ ପ୍ରଭାବରେ ଭିଜିଲା ଓଡ଼ିଶା… ଭୁବନେଶ୍ୱର ସମେତ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ… ୭ରୁ ୯ ତାରିଖ‌ ଯାଏ କିଛି ଜିଲ୍ଲାରେ ବର୍ଷିବା ନେଇ ସୂଚନା ଦେଲା ପାଣିପାଗ ବିଭାଗ… ପୁରୀ, ଖୋର୍ଦ୍ଧା, ନୟାଗଡ଼ ସମେତ ୧୭ ଜିଲ୍ଲାରେ ପ୍ରବଳ ବର୍ଷିବ ଆଜି…

(୪) ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଗିରଫ… ଚର୍ଚ୍ଚିତ ମିଶ୍ରଙ୍କୁ ଅନେକ ପ୍ରଶ୍ନ କରିବା ପରେ ବାନ୍ଧିଲା ସିବିଆଇ…. ଲଞ୍ଚ ନେବା ମାମଲାର ଅଭିଯୁକ୍ତ ତାଲିକାରେ ରହିଥିଲା ଚର୍ଚ୍ଚିତଙ୍କ ନାଁ.. ଗିରଫ ପାରେ ବି ଏବେ ସିବିଆଇ କାର୍ଯ୍ୟାଳୟରେ ଚାଲିଛି ଚର୍ଚ୍ଚିତଙ୍କୁ ଜେରା..

(୫) ସଂସଦ ଭବନରେ ଉପରାଷ୍ଟ୍ରପତି ପଦ ପାଇଁ ଚାଲିଛି ଭୋଟ୍‌ ଗ୍ରହଣ.. ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୫ଟା ଯାଏ ହେବ ମତଦାନ… ଉପରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ରହିଛନ୍ତି ଏନଡିଏର ଜଗଦୀପ ଧନଖଡ ଓ ବିରୋଧୀ ଦଳର ମାର୍ଗାରେଟ ଆଲ୍‌ଭା…

(୬) ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ଅପରାହ୍ଣରେ ସ୍ୱାଧୀନତାର ଅମୃତ ମହୋତ୍ସବ ଜାତୀୟ କମିଟିରେ ଦେବେ ଯୋଗଦାନ… ଆସନ୍ତାକାଲି ନୀତିଆୟୋଗ ବୈଠକରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଏକାଧିକ ପ୍ରସଙ୍ଗରେ ଆଲୋଚନା କରିବେ… ୮ ତାରିଖରେ ଫେରିବେ ଓଡ଼ିଶା..

 

 

Comments are closed.