ବ୍ରହ୍ମପୁରର ତିନି ଜଣ ସାମ୍ବାଦିକଙ୍କୁ କରୋନା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ୩ ଜଣ ସାମ୍ବାଦିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୩ ଜଣ ୪ ଦିନ ତଳେ ସ୍ୱାବ ନମୂନା ଦେଇଥିବା ବେଳେ ଆଜି ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି । ଶୁକ୍ରବାର ସକାଳୁ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ନିଆଯିବ ବୋଲି ସୂଚନା ମିଳିଛି। ୩ ଜଣଙ୍କ ମଧ୍ୟରୁ ଜଣେ ଏକ ଖବର କାଗଜର ଫଟୋ ସାମ୍ବାଦିକ ହୋଇଥିବା ବେଳେ ଆଉ ୨ ଜଣ ଏକ ବୈଦ୍ୟୁତିକ ଗଣମାଧ୍ୟମର ରିପୋର୍ଟର ଓ କ୍ୟାମେରାମ୍ୟାନ । କିଛି ଦିନ ତଳେ ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ଓ ଅବକାରୀ ପକ୍ଷରୁ ଏକ ଗଞ୍ଜେଇ ସିଗାରେଟ ଗୋଦାମରେ ଚଢଉ ବେଳେ ବ୍ରହ୍ମପୁରର ୨୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ଖବର ସଂଗ୍ରହ ପାଈଁ ଯାଇଥିଲେ । ୧୫ରୁ ଉର୍ଦ୍ଧ୍ବ ସରକାରୀ କର୍ମଚାରୀଙ୍କ ସହ ୧୦ରୁ ଉର୍ଦ୍ଧ୍ବ ଅବକାରୀ ବିଭାଗ କର୍ମଚାରୀ ଚଢ଼ାଉ ବେଳେ ଉପସ୍ଥିତ ଥିଲେ । ଜେଲ ଯିବା ପୂର୍ବରୁ ଗଂଜେଇ ଚୋରା କାରବାରରେ ଲିପ୍ତ ଅଭିଯୁକ୍ତର ସ୍ୱାବ ପରୀକ୍ଷା ବେଳେ ରିପୋର୍ଟ ପଜିଟିଭ ଆସିଥିଲା।

Comments are closed.