କରୋନା ସଂକ୍ରମଣ ଶୀର୍ଷରେ ଗଞ୍ଜାମ; ତତ୍ବାବଧାନ ଲାଗି ୩ ଆଇଏଏସଙ୍କୁ ଦାୟିତ୍ବ

ଭୁବନେଶ୍ବର: କରୋନା ସଂକ୍ରମଣରେ ଶୀର୍ଷରେ ପହଞ୍ଚିଛି ଗଞ୍ଜାମ ଜିଲା । ଜିଲାରେ ବର୍ତମାନ ସୁଦ୍ଧା ୭୧ ଜଣ ସଂକ୍ରମିତ ଠାବ ହେଲେଣି । ଏମାନଙ୍କ ମଧ୍ୟରୁ ୭୦ ଜଣ ସୁରତ୍ ଫେରନ୍ତା ଓ ଅନ୍ୟ ଜଣେ କେରଳ ଫେରନ୍ତା ବୋଲି ଜଣାପଡ଼ିଛି । ଏହି ସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟ ସରକାର ୩ ଜଣ ଆଇଏଏସ୍ ଅଧିକାରୀଙ୍କୁ ଗଞ୍ଜାମ ଜିଲା ଦାୟିତ୍ବ ପ୍ରଦାନ କରିଛନ୍ତି । ଏହି ଅଧିକାରୀମାନେ ୧ ମାସ ପର୍ଯ୍ୟନ୍ତ ଗଞ୍ଜାମ ଜିଲା ପ୍ରଶାସନକୁ ସହାୟତା କରିବେ । ଓଡ଼ିଶା ଖଣି ନିଗମ କାର୍ଯ୍ୟନିର୍ବାହୀ ନିର୍ଦେଶକ ପି.ଅନ୍ବେଷା, ଗ୍ରୀଡ଼କୋର କାର୍ଯ୍ୟନିର୍ବାହୀ ନିର୍ଦେଶକ ପାଟିଲ ଆଶିଷ ଈଶ୍ବର ଓ ଓଟିଡ଼ିସିର ପରିଚାଳନା ନିର୍ଦେଶକ ହେମକାନ୍ତ ସାଏଙ୍କୁ ଗଞ୍ଜାମ ଜିଲା ଦାୟିତ୍ବ ଅର୍ପଣ କରାଯାଇଥିବା ସୂଚନା ମିଳିଛି ।

Comments are closed.