୩ ଜୁଆଡି ଗିରଫ, ୩୪୩୦ ଟଙ୍କା ଜବତ

ପଦ୍ମପୁର:ପଦ୍ମପୁର ଉପଖଣ୍ତ ଜଗଦଳପୁର ଥାନା ଅଧିନସ୍ଥ ବାଦୀକଟା ଗ୍ରାମରେ ପୁଲିସ ଚଢ଼ଉ କରି ୩ ଜୁଆଡ଼ିଙ୍କୁ ଗିରଫ କରିବା ସହ ୩୪୩୦ ଟଙ୍କା ଜବତ କରିଛି । ଏହା ସହ ୨ଟି ମୋବାଇଲ ମଧ୍ୟ ଜବତ ହୋଇଛି । ଚଢ଼ଉରେ  ଅଧିକାରୀ ଲିଲିମା ଲଲିତା ବାର୍ଲା,ଏ ଏସ ଆଇ ସତ୍ୟାନନ୍ଦ ଭୋଏ ସାମିଲ ହୋଇଥିଲେ । ଏ ସମ୍ପର୍କରେ ଜଗଦଳପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ।

Comments are closed.