ଆସନ୍ତାକାଲିଠୁ ୩ ଦିନ ପାଇଁ ନବରଙ୍ଗପୁର ସଟ୍‌ଡାଉନ୍‌

ନବରଙ୍ଗପୁର : ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାରି ମଧ୍ୟ​‌ରେ ସମସ୍ତ ଜିଲାପ୍ରଶାସନ ନିଜ ନିଜ ଜିଲାର ସ୍ଥିତିକୁ ଦେଖି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ନବରଙ୍ଗପୁର ଜିଲା ପ୍ରଶାସନ ଜିଲାରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଜିଲାକୁ ୩ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆସନ୍ତାକାଲି ଭୋର ୫ଟାରୁ ୧୦ତାରିଖ ମଧ୍ୟରାତ୍ରି ଯାଏଁ ସଟଡାଉନ ରଖିବାକୁ ଘୋଷଣା କରିଛନ୍ତି ଜିଲାପାଳ । ସଟଡାଉନ ସମୟରେ ଜରୁରୀ ସେବା ଉପଲବ୍ଧ ହେବ । ଆଉ ସବୁ ଅନ୍ୟାନ୍ୟ ଦୋକାନ ଓ ବଜାର ବନ୍ଦ ରହିବ ବୋଲି ସୂଚନା ମିଳିଛି ।

Comments are closed.