ଡକାୟତି ଯୋଜନା ପଣ୍ଡ; ୩ ଡକାୟତ ଗିରଫ, ପିସ୍ତଲ ଜବତ

ଭଦ୍ରକ : ଡକାୟତି ଯୋଜନା କରୁଥିବା ବେଳେ ତିନି ଡକାୟତଙ୍କୁ ଗିରଫ କରିଛି ଟାଉନ ପୁଲିସ। ଏମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଜବତ କରିବା ସହ ଚାରୋଟି ମୋବାଇଲ ଆଉ ଦୁଇଟି ବାଇକ୍ ମଧ୍ୟ ଜବତ କରିଛି ପୁଲିସ। ଗତକାଲି ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥ ଡାହାଣୀଗଡ଼ିଆ ନିକଟରେ କିଛି ଡକାୟତ ଏକାଠି ହୋଇ କୌଣସି ସ୍ଥାନରେ ଡକାୟତି କରିବାର ଯୋଜନା କରୁଥିଲେ। ଏହି ଖବର ଟାଉନ ପୁଲିସ ଜାଣିପାରି, ଏହାର ଗୋଟିଏ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ। ଏମାନେ ଡକାୟତି କରିବା ପୂର୍ବରୁ ୩ ଡକାୟତଙ୍କୁ ପୁଲିସ କାବୁ କରି, ଏମାନଙ୍କ ଡକାୟତ ଯୋଜନାକୁ ପଣ୍ଡ କରିଛି। କିନ୍ତୁ ଘଟଣା ସ୍ଥଳରୁ ଆଉ ଦୁଇ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗିରଫ ହୋଇଥିବା ଡକାୟତମାନେ ହେଲେ ଅଜିତ କୁମାର ସେଠି, ତପନ ଦଳେଇ ଓ ପାଗୁଳୁ ସେଠି, ଏମାନେ ସମସ୍ତେ ଭଦ୍ରକ ଅଞ୍ଚଳର ବୋଲି ଜଣା ପଡିଛି. ଏହି ତିନି ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଫେରାର ହୋଇଯାଇଥିବା ଆଉ ଦୁଇ ଜଣଙ୍କୁ ଧରିବା ପାଇଁ ପୁଲିସ ଚେଷ୍ଟା ଚଳାଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି।

Comments are closed.