ନିୟମିତ ହେଲେ ୩ ହଜାର ୮୮୪ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟର ୩ ହଜାର ୮୮୪ ଶିକ୍ଷକଙ୍କୁ ନିୟମିତ କରାଯାଇଛି। ୩୦ ଜିଲାର ମାଧ୍ୟମିକ ବିଦ୍ୟାଳୟ ତଥା ହାଇସ୍କୁଲରେ କାର୍ୟ୍ୟରତ ୩୮୮୪ଜଣ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବାକୁ ରାଜ୍ୟ ସରକାର ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି। ନିଯୁକ୍ତି ହେବାର ୬ବର୍ଷ ପୂରଣ କରିଥିବାରୁ ଏହି ଶିକ୍ଷକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମିତ କରାଯାଇଛି। ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବା ପାଇଁ ଦୀର୍ଘ ଦିନ ଧରି ଦାବି ହେଉଥିଲା।

Comments are closed.