ଦେଶରେ ୩୮,୭୯୨ ନୂଆ ସଂକ୍ରମିତ ଚିହ୍ନଟ; ୬୨୪ ମୃତ

ଦେଶରେ ଗତକାଲି ଗୋଟିଏ ଦିନରେ ଦେଶରେ ଆଉ ୩୮,୭୯୨ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦିନକ ମଧ୍ୟରେ ଦେଶରେ ୬୨୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଦେଶରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୪,୧୧,୪୦୮କୁ ବୃଦ୍ଧିପାଇଛି।

 

ସେହିଭଳି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୯ ଲକ୍ଷ ୪୬ ହଜାର ୭୪କୁ ବୃଦ୍ଧିପାଇଛି। ସେମାନଙ୍କ ମଧ୍ୟରୁ ୩ କୋଟି ୧ଲକ୍ଷ ୪ହଜାର ୭୨୦ ସୁସ୍ଥ ହୋଇସାରିଛନ୍ତି। ଦେଶରେ ୪ ଲକ୍ଷ ୨୯ ହଜାର ୯୪୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ସଂଧ୍ୟା ସୁଦ୍ଧା ମୋଟ ୪୩,୫୯,୭୩,୬୩୯ ନମୁନା ପରୀକ୍ଷା କରାଯାଇସାରିଛି। ଗତକାଲି ଗୋଟିଏ ଦିନରେ ଦେଶରେ ୧୯,୧୫,୫୦୧ ନମୁନା ପରୀକ୍ଷା କରାଯାଇଥିଲା।

Comments
Loading...