ଦେଶରେ ୩୮,୩୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୩୫୩ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦିନକ ମଧ୍ୟରେ ୪୦,୦୧୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୪୫% ହୋଇଛି। ଏହା ଏପର୍ଯ୍ୟନ୍ତ ସର୍ବାଧିକ ଆରୋଗ୍ୟ ହାର ବୋଲି ଜଣାଯାଇଛି। ଏପର୍ଯ୍ୟନ୍ତ କରୋନା ସଂକ୍ରମଣରୁ ମୋଟ ୩,୧୨,୨୦,୯୮୧ ଜଣ ସୁସ୍ଥ ହୋଇସାରିଲେଣି। ଦେଶରେ ସଂପ୍ରତି ୩,୮୬,୩୫୧ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଦେଶରେ ଦୈନିକ ସଂକ୍ରମଣ ହାର ୨.୧୬% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୪% ରହିଛି। ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୪୮.୫୦ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ଏଥିସହିତ ସେହି ସମୟ ମଧ୍ୟରେ ୫୧.୯୦ କୋଟି ପାନ ଟିକା ଦିଆଯାଇଛି।

Comments are closed.