ସୁସ୍ଥ ହେଲେ ଆଉ ୩୮୩ କରୋନା ଆକ୍ରାନ୍ତ : ୩ ଲକ୍ଷ ୨୪ ହଜାର ୭୭୫କୁ ବୃଦ୍ଧି ପାଇଲା ରାଜ୍ୟର ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ବର : ମଙ୍ଗଳବାର ରାଜ୍ୟରୁ ଆଉ ୩୮୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୭୭୫ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ  ଖୋର୍ଦ୍ଧାରୁ ୩୫, ବାଲେଶ୍ବରରୁ ୧୪, ସମ୍ବଲପୁରରୁ ୧୮, ମୟୂରଭଞ୍ଜରୁ ୨୧ ଓ ପୁରୀରୁ ୨୪, ଅନୁଗୋଳରୁ ୩୨, ବରଗଡ଼ରୁ ୧୦, କଟକରୁ ୨୬, ନୂଆପଡାରୁ ୨୫ ଏବଂ ଯାଜପୁରରୁ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।


ସେହିପରି କେନ୍ଦ୍ରାପଡାରୁ ୧୩, ଗଞ୍ଜାମରୁ ୩,  ବଲାଙ୍ଗୀରରୁ ୧୫, ଜଗତସିଂହପୁରରୁ ୬, ଝାରସୁଗୁଡାରୁ ୩୬, କେନ୍ଦୁଝରରୁ ୧୦, କଳାହାଣ୍ଡିରୁ ୭, ନବରଙ୍ଗପୁରରୁ ୪, ଢେଙ୍କାନାଳରୁ ୨ ଓ ନୟାଗଡ଼ରୁ ୧, ମାଲକାନଗିରିରୁ ୨, ରାୟଗଡାରୁ ୧ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଁଏ ଏବଂ ‌ଷ୍ଟେଟ ପୁଲରୁ ୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

Comments are closed.