ଦେଶରେ ୩୮,୧୬୪ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୧୬୪ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦିନକରେ ୩୮,୬୬୦ ଜଣ କୋଭିଡ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ସମୁଦାୟ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪,୨୧,୬୬୫ରେ ପହଞ୍ଚିଛି।

ଦୈନିକ ସଂକ୍ରମଣ ହାର ଦେଶରେ ୨.୬୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୦୮% ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି। ଦେଶରେ ରବିବାର ସଂଧ୍ୟା ସୁଦ୍ଧା ମୋଟ ୪୪.୫୪ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ସେହିଭଳି ରବିବାର ସଂଧ୍ୟା ସୁଦ୍ଧା ମୋଟ ୩,୦୩,୦୮,୪୫୬ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି। ଆରୋଗ୍ୟ ହାର ୯୭.୩୨% ରହିଛି। ଦେଶରେ ଏପର୍ଯ୍ୟନ୍ତ ମୋଟ ୪୦.୬୪ କୋଟି ପାନ ଟିକା ଦିଆଯାଇସାରିଥିବା ଜଣାଯାଇଛି।

Comments are closed.