ରାଜ୍ୟରେ ଦିନକରେ ୩୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ବରଗଡ ଜିଲାରୁ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବାବେଳେ ବଲାଙ୍ଗୀର ଜିଲାରୁ ୨ଜଣ, ଖୋର୍ଦ୍ଧା ଜିଲାରୁ ୫ ଜଣ, କଟକରୁ ୪, ଦେବଗଡ ୨, ଗଜପତିରୁ ଜଣେ, ଝାରସୁଗୁଡା ଜିଲାରୁ ୪ ଜଣ, କଳାହାଣ୍ଡି ଜିଲାରୁ ୪, କେନ୍ଦ୍ରାପଡା ୨, ମୟୁରଭଞ୍ଜରୁ ଜଣେ, ପୁରୀ ଜିଲାରୁ ୩, ରାୟଗଡା ଜିଲାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ସମ୍ବଲପୁରରୁ ଜଣେ ଏବଂ ସୁନ୍ଦରଗଡ ଜିଲାରୁ ତିନିଜଣ କରୋନା ସଂକ୍ରମିତଙ୍କର ଦିନକରେ ମୃତ୍ୟୁ ଘଟିଥିବା ଜଣାଯାଇଛି।

Comments are closed.