ଗେଆରେ ୩୬ତମ ଜାତୀୟ କ୍ରୀଡ଼ା

ପାଣାଜୀ : ଗେଆରେ ୩୬ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ଅକ୍ଟୋବରରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଗୋଆ କ୍ରୀଡ଼ାମନ୍ତ୍ରୀ ମନୋହର ଆଜଗାଓଁକର କହିଛନ୍ତି ଗୋଆରେ ପୂର୍ବରୁ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବାର ଥିଲା । ତେବେ କେତେକ କାରଣରୁ ଏହି ପ୍ରତିଯୋଗିତା ଆୟୋଜନରେ ବିଳମ୍ବ ଘଟିଲା ।  ଏହାକୁ ନେଇ ଭାରତୀୟ ଅଲିମ୍ପିକ୍‌ସ ଆସୋସିଏସନ୍‌ (ଆଇଓଏ) ଗୋଆ ସରକାରଙ୍କ ଉପରେ ୧୦ କୋଟି ଟଙ୍କାର ଜୋରିମାନା କରାଯାଇଥିଲା। ଆସନ୍ତା ଅକ୍ଟୋବରରେ ଜାତୀୟ କ୍ରୀଡ଼ା ଆୟୋଜନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିବାରୁ ଜୋରିମାନା ଦଣ୍ଡାଦେଶ ଉଠାଇ ନେବାକୁ ଆଇଓଏକୁ ଅନୁରୋଧ କରାଯିବ।
ଜାତୀୟ କ୍ରୀଡ଼ା ନିମନ୍ତେ ଭିତ୍ତିଭୂମି ଆସନ୍ତା ଅଗଷ୍ଟ ବେଳକୁ ଶେଷ ହୋଇଯିବ ଏବଂ ଅକ୍ଟୋବରରେ ଏହି ପ୍ରତିଯୋଗିତା ଆୟୋଜନ ନେଇ କୌଣସି ସମସ୍ୟା ରହିବ ନାହିଁ ବୋଲି ଆଜଗାଓଁକର ସୂଚନା ଦେଇଛନ୍ତି।

Comments are closed.