ଜମ୍ମୁ କାଶ୍ମୀରରେ ଦୁଇ ବର୍ଷରେ ୩୬୬ ଆତଙ୍କବାଦୀ ନିହତ, ୯୬ ସାଧାରଣ ନାଗରିକ ଓ ୮୧ ସୁରକ୍ଷା କର୍ମଚାରୀ ମୃତ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ରହିଥିବାବେଳେ ଭାରତୀୟ ସୁରକ୍ଷା ବାହିନୀର ଯବାନମାନେ ଆତଙ୍କବାଦୀଙ୍କର ସମସ୍ତ ଷଡଯନ୍ତ୍ର ପଣ୍ଡ କରିଦେବାକୁ ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏବଂ ତାହାର କଡା ଜବାବ ଦେଉଛନ୍ତି । ୨୦୧୯ ଅଗଷ୍ଟ ୫ ତାରିଖରେ ୩୭୦ ଧାରା ଉଚ୍ଛେଦ ହେବା ପରଠାରୁ ୨୦୨୧ ନଭେମ୍ବର ୩୦ ତାରିଖ ମଧ୍ୟରେ ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ମୋଟ ୩୬୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏଥିସହିତ ଆତଙ୍କବାଦୀଙ୍କ ଆକ୍ରମଣରେ ୯୬ ଜଣ ସାଧାରଣ ନାଗରିକ ଏବଂ ୮୧ ଜଣ ସୁରକ୍ଷା ବାହିନୀ ଯବାନ ଓ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟସଭାରେ ସୂଚନା ଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୩୭୦ ଧାରା ଉଚ୍ଛେଦ ହେବା ପରେ କାଶ୍ମୀର ଉପତ୍ୟକାରୁ କୌଣସି ପଣ୍ଡିତ କିମ୍ବା ହିନ୍ଦୁ ବ୍ୟକ୍ତି ବାସଚ୍ୟୁତ ହୋଇନାହାନ୍ତି ।

Comments are closed.