ହୀରାକୁଦ : ଖୋଲିଲା ଆଉ ୪ଟି ଗେଟ୍‍, ମୋଟ ୩୬ଟି ଗେଟ୍‍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ହୀରାକୁଦ : ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ବନ୍ୟା ନିୟନ୍ତ୍ରଣ ପାଇଁ ପର୍ଯ୍ୟାୟକ୍ରମ‌େ​‌ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲାଯାଉଛି। ଶୁକ୍ରବାର ଅପରାହ୍ନରେ ଆଉ ୪ଟି ଗେଟ୍‍ ଖୋଲିବା ପରେ ମୋଟ ୩୬ଟି ଗେଟ୍‍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି। ବାମ ପଟର ୨୨ ଓ ଡାହାଣ ପଟର ୧୪ଟି ସ୍ଲୁଇସ ଗେଟ ଖୋଲିଛି।

ଅପରାହ୍ନ ୨ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫.୪୫ ଫୁଟ୍ ରହିଛି।

ଶୁକ୍ରବାର ସକା​ଳ ସୁଦ୍ଧା ୨୪ଟି ଗେଟ ଖୋଲାଯାଇଥିବା ବେଳେ ପରେ ୨୮,୩୨ ଏବଂ ପୁଣି ଆଉ ୪ଟି ମୋଟ ୩୬ଟି ଗେଟ ମାଧ୍ୟମରେ ବନ୍ୟାଜଳ ନିଷ୍କାସିତ ହେଉଛି।

Comments
Loading...