ଗୋଶାଳାରେ ୩୬ ଗାଈ ମୃତ

0

ନୂଆଦିଲ୍ଲୀ : ଦିଲ୍ଲୀର ଦ୍ୱାରକାସ୍ଥିତ ଏକ ଗୋଶାଳାରେ ୩୬ ଗାଈଙ୍କର ମୃତ୍ୟୁ ହୋଇଛି। ଗୋଶାଳାରେ ୧୪୦୦ ଗାଈ ରହୁଥିବାବେଳେ ଦୁଇଦିନ ମଧ୍ୟରେ ସେଥିରୁ ୩୬ଟିର ମୃତ୍ୟୁ ହୋଇଛି। ଆଚାର୍ଯ୍ୟ ସୁଶୀଲ ଗୋସଦନ ଟ୍ରଷ୍ଟ ଏହି ଗୋଶାଳାର ପରିଚାଳନା କରିଆସୁଛି। ଦିଲ୍ଲୀ ସରକାର ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। କଲକାତାର ଏକ ପଶୁ ଡାକ୍ତର ଦଳ ଘଟଣାସ୍ଥଳକୁ ଯାଇଁ ଏହାର ତଦନ୍ତ କରିଛନ୍ତି। ଗାଈଗୁଡିକଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି।

Leave A Reply