ରାଜ୍ୟରେ ଚିହ୍ନଟ ହେଲେ ୩୫୮ ନୂଆ ଆକ୍ରାନ୍ତ, ୩ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୨୦୯ ଓ ସ୍ଥାନୀୟ ସଂକ୍ରମିତ ୧୪୯ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୪୭ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧, ବାଲେଶ୍ୱର ୧୩, ବରଗଡ ୩, ଭଦ୍ରକ ୮, ବଲାଙ୍ଗୀର ୪, ବଉଦ ୧ ଓ କଟକରୁ ୧୫ ଚିହ୍ନଟ ହୋଇଛନ୍ତି । ସେହିଭଳି ଦେବଗଡରୁ ୧, ଗଜପତି ୭, ଗଞ୍ଜାମ ୧, ଜଗତସିଂହପୁର ୮, ଯାଜପୁର ୧୧, କେନ୍ଦ୍ରାପଡା ୧୩ ଓ କେନ୍ଦୁଝରରୁ ଜଣେ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୮୬, କୋରାପୁଟ ୨, ମୟୁରଭଞ୍ଜ ୧୧, ନୟାଗଡ ୩, ପୁରୀ ୯, ରାୟଗଡା ୫ ଓ ସମ୍ବଲପୁରରୁ ୪ ଚିହ୍ନଟ ହୋଇଛନ୍ତି । ସୋନପୁରରେ ୨, ସୁନ୍ଦରଗଡ ୩, ଷ୍ଟେଟପୁଲରୁ ୪୬ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୫୩୫ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୫୧୧୯ ଜଣ କରୋନା ରୋଗୀ ରହିଛନ୍ତି । ମୃତ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ ଜିଲାରେ ଜଣେ ଲେଖାଏଁ ଅନ୍ତର୍ଭୁକ୍ତ ।

Comments are closed.