ମୁମ୍ବଇର ୫୩ ସାମ୍ବାଦିକ କରୋନା ସଂକ୍ରମିତ

ମୁମ୍ବଇ : ପ୍ରମୁଖ କରୋନା ଯୋଦ୍ଧାଙ୍କ ମଧ୍ୟରେ ପରିଗଣିତ ସାମ୍ବାଦିକମାନେ ମଧ୍ୟ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ମୁମ୍ବଇର ୫୩ ଜଣ ସାମ୍ବାଦିକ କୋଭିଡ-୧୯ ପରୀକ୍ଷା ରିପୋର୍ଟ ପିଜିଟିଭ ବାହାରିଛି। ସେମାନେ ଗତ ସପ୍ତାହରେ ଏକ ସ୍ବତନ୍ତ୍ର କ୍ୟାମ୍ପରେ କରୋନା ସଂକ୍ରମଣ ପରୀକ୍ଷା କରାଇଥିଲେ। ଟେଲିଭିଜନ ସାମ୍ବାଦିକ ସଙ୍ଘର ଅଧ୍ୟକ୍ଷ ବିନୋଦ ଜଗଦଲ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି । ସଂକ୍ରମିତ ସାମ୍ବାଦିକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ସେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଏହି ସାମ୍ବାଦିକଙ୍କ ମଧ୍ୟରୁ ଅଧିକାଂଶଙ୍କଠାରେ ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇ ନ ଥିଲା ବୋଲି ବୃହନ୍‌ ମୁମ୍ବଇ ପୌରପାଳିକାର ଅଧିକାରୀ କହିଛନ୍ତି । ଏମାନଙ୍କୁ କ୍ବାରେଣ୍ଟାଇନରେ ପଠାଯାଇଛି । ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି ବିଶେଷ ପରୀକ୍ଷା ଶିବିର ପ୍ରତିଷ୍ଠା କରାଯାଇ ୧୭୧ ଜଣଙ୍କ ପରୀକ୍ଷା ହୋଇଥିଲା ।

Comments are closed.