ଦିନକରେ ରାଜ୍ୟରେ ଚିହ୍ନଟ ହେଲେ ୩୪୦ ନୂଆ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୯୯ ଓ ସ୍ଥାନୀୟ ସଂକ୍ରମିତ ୧୪୧ ଜଣ ରହିଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୦ ଜଣ ଥିବା ଜଣାଯାଇଛି । ଅନୁଗୁଳ ଜିଲାରୁ ୩, ବାଲେଶ୍ୱର ୧୩, ବରଗଡ ୬, ବଲାଙ୍ଗିର ୧, କଟକ ୪୩, ଦେବଗଡରୁ ଜଣେ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ୧, ଗଞ୍ଜାମ ୪, ଜଗତସିଂହପୁର ୧୦, ଯାଜପୁର ୯, କେନ୍ଦ୍ରାପଡା ୧୫, ଖୋର୍ଦ୍ଧାରୁ ୧୪୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି କୋରାପୁଟରୁ ୩, ମୟୁରଭଞ୍ଜ ୧୪, ନବରଙ୍ଗପୁର ୧, ନୟାଗଡ ୨, ପୁରୀ ୭, ରାୟଗଡାରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୧୨, ସୁନ୍ଦରଗଡ ୨, ଷ୍ଟେଟପୁଲରୁ ୩୬ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକରେ ୫୦୮ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ସଂପ୍ରତି ୪୮୨୪ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି ।

Comments are closed.