୩୦ ଜିଲାରେ ନିଯୁକ୍ତ ହେଲେ ୩୪ ପର୍ୟ୍ୟବେକ୍ଷକ

ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସାଙ୍ଗଠନିକ ସ୍ତରରେ ପୁର୍ନବିନ୍ୟାସ କରାଯାଉଛି। ନୂଆ ସଭାପତି ନିଯୁକ୍ତ ହେବା ପରେ ସାଙ୍ଗଠନିକ ସ୍ତରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ହେବାକୁ ଥିବା ସ୍ନାତକୋତ୍ତର(ପିଜି) ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଦଳ ପକ୍ଷରୁ ସହାୟତା କେନ୍ଦ୍ର ଖୋଲାଯିବ। ୯ ଜିଲାରେ ସାଙ୍ଗଠନିକ ସମ୍ପ୍ରସାରଣ ହେବା ସହ ଜିଲା କମିଟି ଘୋଷଣା ସରିଛି। ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଜିଲାରେ କମିଟି ଘୋଷଣା କରାଯିବ ବୋଲି ରାଜ୍ୟ ସଭାପତି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି। ଶୁକ୍ରବାର ୩୦ ଜିଲା ପାଇଁ ୩୪ ପର୍ୟ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ବିଧାୟକ ଶ୍ରୀ ତ୍ରିପାଠୀ ପର୍ୟ୍ୟବେକ୍ଷକଙ୍କ ନାମ ଘୋଷଣା କରିଛନ୍ତି। ବିଶ୍ବପ୍ରତାପ ସାହୁଙ୍କୁ କେନ୍ଦ୍ରାପଡ଼ା, ଅଜିତ ବେହେରାଙ୍କୁ ଯାଜପୁର, ସ୍ବାଗତିକା ମହାନ୍ତିଙ୍କୁ ଖୋର୍ଦ୍ଧା, ଅପୂର୍ବା ଅପରୂପାଙ୍କୁ କଟକ, ପ୍ରଦୋଷ ପରିଡ଼ାଙ୍କୁ ଢେଙ୍କାନାଳ, ବିଜୟ ବସନ୍ତିଆଙ୍କୁ କଟକ ସିଟି, ଭବାନୀଶଙ୍କର ସାହୁଙ୍କୁ ଗଞ୍ଜାମ ଜିଲାର ପର୍ୟ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି।

ସେହିପରି ଅବିନାଶ ପଟେଲଙ୍କୁ ରାଉରକେଲା,ଚିନ୍ମୟ ଦାସଙ୍କୁ ବାଲେଶ୍ବର, କମଲ ଜ୍ୟୋତି ଦାସଙ୍କୁ ଭୁବନେଶ୍ବର, ଅଭିଷେକ ବେହେରାଙ୍କୁ କେନ୍ଦୁଝର, ସମ୍ବିତ ବେହେରାଙ୍କୁ ଭଦ୍ରକ, ମନୋଜ କୁମାର ଦୋରାଙ୍କୁ କୋରାପୁଟ, ରବୀନ୍ଦ୍ର ପ୍ରଧାନଙ୍କୁ ଦେଓଗଡ଼, ସୁଜିତ୍‌ ପାଲଟାସିଂହଙ୍କୁ କନ୍ଧମାଳ, ଶୁଭ୍ରାଂଶୁ ପାଢୀଙ୍କୁ ବରଗଡ଼, ଶ୍ରୀଚନ୍ଦନ ପାତ୍ରଙ୍କୁ ଗଜପତି, ଅରୂପ ଶ୍ରୀଚନ୍ଦନଙ୍କୁ ସୋନପୁର, ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ମୟୁରଭଞ୍ଜ-୧, ସଞ୍ଜୀବ ପୃଷ୍ଟିଙ୍କୁ ଅନୁଗୋଳ, ଶକ୍ତି ରଥଙ୍କୁ ରାୟଗଡ଼ା,ନାରାୟଣ ସିଂହଙ୍କୁ ନୟାଗଡ଼ ଜିଲାର ପର୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ରକି ଦାସଙ୍କୁ କଳାହାଣ୍ଡି, ଆଶିଷ ରଞ୍ଜନ ମହାପାତ୍ରଙ୍କୁ ନୂଆପଡ଼ା, ଗୌରବ ବାରିକଙ୍କୁ ସମ୍ବଲପୁର, ସୁମନ ବେହେରାଙ୍କୁ ଜଗତ୍‌ସିଂହପୁର, ବିନାୟକ ପଲେଇଙ୍କୁ ନବରଙ୍ଗପୁର, ସୁମନ କୁମାର ନନ୍ଦଙ୍କୁ ବୌଦ୍ଧ, ସ୍ଥିତପ୍ରଜ୍ଞ ପଣ୍ଡାଙ୍କୁ ବଲାଙ୍ଗିର, ରଞ୍ଜିତ ଦାସଙ୍କୁ ପୁରୀ, ଅମରେନ୍ଦ୍ର ଢାଲଙ୍କୁ ମୟୂରଭଞ୍ଜ-୨, ଶିବାଜୀ ନାୟକଙ୍କୁ ଝାରସୁଗୁଡ଼ା, ଶତ୍ରୁଘ୍ନ ମହାନନ୍ଦିଆଙ୍କୁ ମାଲକାନଗିରି, ଅଭିକ୍‌ କୁମାରଙ୍କୁ ସୁନ୍ଦରଗଡ଼ ଜିଲାର ପର୍ୟ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ଛାତ୍ର ବିଜେଡ଼ିର ବରିଷ୍ଠ ଉପ-ସଭାପତି, ଉପ-ସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକମାନଙ୍କୁ ଜିଲାର ପର୍ୟ୍ୟବେକ୍ଷକ ଭାବେ ଦଳ ପକ୍ଷରୁ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପ-ନିର୍ବାଚନ ପାଇଁ ଜଗତ୍‌ସିଂହପୁର ଓ ବାଲେଶ୍ବର ଜିଲା ସଭାପତିଙ୍କ ନାମ ଘୋଷଣା ହୋଇ ନଥିଲା। ଏହି ଦୁଇ ଜିଲା ସଭାପତିଙ୍କ ନାମ ଚଳିତ ମାସରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

Comments are closed.