ପୂର୍ବ ତୁର୍କୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି, ୧୬୦୦ରୁ ଅଧିକ ଆହତ – ଉଦ୍ଧାର କାର୍ଯ୍ୟ ଜାରି

ପୂର୍ବ ତୁର୍କୀରେ ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି ଓ ୧୬ ଶହରୁ ଅଧିକ ଆହତ ହୋଇଛନ୍ତି। ଗତ ସନ୍ଧ୍ୟାରେ ଅନୁଭୂତ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରେକର୍ଡ କରାଯାଇଛି। ଭୂମିକମ୍ପରେ ଅନେକ ଅଟ୍ଟାଳିକା ମାଟିରେ ମିଶିଯାଇଛି। ଏବେ ସୁଦ୍ଧା ଅନେକ ଲୋକ ଅଟ୍ଟାଳିକାର ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ତୁର୍କୀର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ତୁର୍କୀର ଏଜି ରିସର୍ଟ ସହର ଇଜମିର ଏବଂ ଏହାର ଆଖପାଖରେ ଅନେକ କ୍ଷୟକ୍ଷତି ହୋଇଛି। ଇଜମିର ସହରରେ ୩ ନିୟୁତ ବାସିନ୍ଦା ଅଛନ୍ତି ଏବଂ ଏହା ଉଚ୍ଚ ମହଲା ବିଶିଷ୍ଟ କୋଠାରେ ପରିପୂର୍ଣ୍ଣ। ସୂଚନା ଅନୁଯାୟୀ, ଜରୁରୀକାଳୀନ କର୍ମଚାରୀଙ୍କ ଦ୍ୱାରା ଓ ଉଦ୍ଧାରକାରୀ ଦଳ ପ୍ରାୟ ୪୫ ଜଣଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରିଛନ୍ତି।

Comments are closed.