କୋଭିଡ୍‌-୧୯ ମାର୍ଗଦର୍ଶିକା ଉଲଙ୍ଘନ: ୨୪ ଘଣ୍ଟାରେ ୧୦ ମାମଲା, ୩୪ ଗିରଫ

ଭୁବନେଶ୍ବର :  ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲଙ୍ଘନ କରିଥିବା ଅଭିଯୋଗରେ ମଇ ୧୮ରୁ ମଇ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୦ଟି ମାମଲା ଦାୟର କରାଯାଇଛି। ଏଥିମଧ୍ୟରୁ ୬ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୩ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ଏବଂ ୧ଟି ଗୁଜବ ପ୍ରଚାର ପାଇଁ ଦାୟର ହୋଇଛି। ବିଭିନ୍ନ ଅଭିଯୋଗରେ ୩୪ ଜଣଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.