ଦେଶରେ ନୂଆ ୩୩,୩୭୬ କରୋନା ସଂକ୍ରମିତ ଚିହ୍ନଟ; ୩୦୮ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩,୩୭୬ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୪ ଘଣ୍ଟା ମଧ୍ୟରେ ୩୦୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୩୨,୦୮,୩୩୦ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩,୨୩,୭୪,୪୯୭ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ଦେଶରେ ସଂପ୍ରତି ୩,୯୧,୫୧୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଏଥିସହିତ ଶୁକ୍ରବାର ସଂଧ୍ୟା ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁ ୪,୪୨,୩୧୭କୁ ବୃଦ୍ଧିପାଇଛି। ଦେଶରେ ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ ୫୪,୦୧,୯୬,୯୮୯ କୋଭିଡ ନମୁନା ପରୀକ୍ଷା କରାଯାଇସାରିଛି। କେବଳ ଶୁକ୍ରବାର ଦିନ ୧୫,୯୨,୧୩୫ଟି ନମୁନା ପରୀକ୍ଷା କରାଯାଇଛି।

Comments are closed.