ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଲା

 

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଅତିକ୍ରମ କରିଛି । ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୦୫୦ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୮,୩୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୪ ଜଣଙ୍କର ମୃତ୍ୟୁ ଘଟିଛି ।

ଫଳରେ ଦେଶରେ ମୋଟ ୨୩,୬୫୧ ସକ୍ରିୟ କୋଭିଡ-୧୯ ମାମଲା ଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ପରୀକ୍ଷାଗାରରେ ୮,୩୦,୨୦୧ କୋଭିଡ-୧୯ ନମୁନା ପରୀକ୍ଷା କରାଯାଇଥିବା ଜଣାପଡିଛି ।

 

Comments are closed.