ସତ୍ୟବାଦୀରୁ ୩୩ଟି କରୋନା ନମୁନା ପରୀକ୍ଷା ପାଇଁ ପଠାଗଲା

ସୁଆଣ୍ଡୋ : ପୁରୀଜିଲା ପିପିଲି ଅଞ୍ଚଳର କରୋନା ସଂକ୍ରମିତଙ୍କ ସହିତ ସଂପର୍କରେ ରହିଥିବା ସନ୍ଦେହ କରି ସତ୍ୟବାଦୀ ଥାନା ଅନ୍ତର୍ଗତ ଅହମ୍ମଦ ପୁର ବସ୍ତିର ୩୩ଜଣଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ଶନିବାର ଭୁବନେଶ୍ବର ପଠା ଯାଇଥିବା ଜଣାପଡିଛି । ସାକ୍ଷୀଗୋପାଳ ମେଡିକାଲ ଅଫିସରଙ୍କ ତତ୍ତ୍ଵାବଧାନରେ ଏହି ନମୁନା ସଂଗ୍ରହ କରା ଯାଇଥିଲା । ତହସିଲଦାର କସ୍ତୁରୀ ପ୍ରଧାନ ବିଡିଓ ସରୋଜ କୁମାର ଦତ୍ତ ଓ ଆଇଆଇସି ଦେବୀ ପ୍ରସାଦ ପାତ୍ର ପ୍ରମୁଖ ନମୁନା ସଂଗ୍ରହ ବେଳେ ଉପସ୍ଥିତ ରହିଥିଲେ । ଯେଉଁମାନଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଛି ସେମାନେ ସଂଘ ଗୃହରେ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସତ୍ୟବାଦୀ ଥାନା ସଂଲଗ୍ନ ଅଞ୍ଚଳ ଗୁଡ଼ିକରେ ପାଟ୍ରୋଲିଂ ଜୋରଦାର କରାଯାଇଛି । ଲୋକମାନେ ଘରେ ରହନ୍ତୁ ସାମାଜିକ ଦୂରତା ରକ୍ଷା କରିବା ଓ ନିଜ ହାତ ସାବୁନରେ ଧୁଅନ୍ତୁ ବୋଲି ପୋଲିସ ପ୍ରଶାସନ ତରଫରୁ କୁହାଯାଉଛି । ଏହି ଘଟଣାକୁ ନେଇ ଜନ ସାଧାରଣ ଭୟଭୀତ ନହେବା ପାଇଁ ପ୍ରଶାସନ ପକ୍ଷରୁ ବିଡିଓ ଶ୍ରୀ ଦତ୍ତ କହିଛନ୍ତି ।

Comments are closed.