ଗଦାଧରପୁର ଶିବିରରୁ ୩୩ ପଜିଟିଭ, ପଞ୍ଚାୟତ ୭୨ଘଣ୍ଟା ସଟଡାଉନ ଘୋଷଣା

ତିଗିରିଆ: ତିଗିରିଆ ବ୍ଲକର ଗଦାଧରପୁର ପଞ୍ଚାୟତରେ ମଙ୍ଗଳବାର ଗଦାଧରପୁର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ଆଣ୍ଟିଜେନ ସ୍ୱାବ ଟେଷ୍ଟ ଶିବିରରେ ୧୮୫ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ୩୩ ଜଣଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିବା ତିଗିରିଆ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱ ବିକାଶ ରାଉତରାୟଙ୍କ ଠାରୁ ସୂଚନା ମିଳିଛି।

ଏଥିରେ ପଞ୍ଚାୟତ ଅନ୍ତର୍ଗତ କଳିବିର ଗ୍ରାମରେ ୫ଜଣ, ମାନପୁରରେ ୯, କୋଇଲକନ୍ୟାରେ ୨, ସାନନାଉପୁଟରୁ ୧, ରଘୁରାମପୁରରୁ ୫, ଗଦାଧରପୁରରୁ ୩, ହରିଶରଣପୁରରୁ ୩ଜଣଙ୍କ ସହିତ ଅନ୍ୟ ପଞ୍ଚାୟତରୁ ବଡ଼ମ୍ବା ମାନପୁର ଅନ୍ତର୍ଗତ ହରିଠାରୁ ୧, ତିଗିରିଆରୁ ୧ ଏବଂ ଅଚଳକୋଟରୁ ୩ଜଣ ଏହିପରି ସମୁଦାୟ ୩୩ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତେବେ ଗଦାଧରପୁର ପଞ୍ଚାୟତରେ ୨୮ଜଣ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାରୁ ଉକ୍ତ ପଞ୍ଚାୟତକୁ ୭୨ଘଣ୍ଟା ପାଇଁ ଭାରପ୍ରାପ୍ତ ସରପଞ୍ଚ ମଞୁଲତା ରାଉତ ସଟଡାଉନ ଘୋଷଣା କରିଛନ୍ତି। ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପଞ୍ଚାୟତର ଏହି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ ଗର୍ଭବତୀ ମହିଳା ରହିଛନ୍ତି। ବୁଧବାର ଅପରାହ୍ଣ ୫ଟାରୁ ଏହି ସଟଡାଉନ କାର୍ୟ୍ୟକାରୀ ହୋଇଥିବା ଜଣାପଡ଼ିଛି। ଡାକବାଜି ଯନ୍ତ୍ରରେ ପଞ୍ଚାୟତର ଗାଁ ଗାଁ ବୁଲି ଲୋକଙ୍କୁ ଏନେଇ ସଚେତନ କରାଯିବା ସହ ସରକାରଙ୍କ କୋଭିଡ଼ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରାଯାଇଛି।

Comments are closed.