ଜୟପୁର : ସରକାରୀ ଡାକ୍ତରଖାନାରୁ ୩୨୦ଡୋଜ କୋଭାକ୍ସିନ ଚୋରି

ଜୟପୁର : ଜୟପୁରର ଏକ  ସରକାରୀ ଡାକ୍ତରଖାନାରୁ ୩୨୦ଡୋଜ କୋଭାକ୍ସିନ ଚୋରି ହୋଇଛି । ପୁଲିସ ଏ ନେଇ ଏକ ମାମଲା ରୁଜୁ କରିଛି ।
ଜୟପୁରର ଏକ ସରକାରୀ ଡାକ୍ତରଖାନାରୁ ୩୨୦ ଡୋଜ କୋଭାକ୍ସିନ ଚୋରି ମାମଲା ରୁଜୁ ହୋଇଛି । ଶୀତଳ ଭଣ୍ଡାରରୁ ଟିକା କେନ୍ଦ୍ରକୁ ପରିବହନ ବେଳେ ଏଗୁଡିକ ଚୋରି ହୋଇଥିଲା ।

କରୋନା ସଂକ୍ରମଣ ଦେଶରେ ଆତଙ୍କ ସୃଷ୍ଟି କରିଥିବାବେଳେ ଡାକ୍ତରଖାନାରୁ ଟିକା ଚୋରି ହେବାର ଖବର ଆସିଛି । ଜୟପୁରର ସରକାରୀ ଡାକ୍ତରଖାନା କାୱାଣ୍ଟିଆରେ ଟିକା ଚୋରି ମାମଲା ରୁଜୁ ହୋଇଛି ।ଶୀତଳ ଭଣ୍ଡାରରୁ ଟିକା କେନ୍ଦ୍ରକୁ ନିଆଯାଇଥିବା ୩୨ଟି ଭାଏଲ ଚୋରି ହୋଇଛି ।

କୋଭାକ୍ସିନର ଏକ ଭାଏଲରେ ଦଶଟି ମାତ୍ରା ଥାଏ । ମୁଖ୍ୟ ଚିକିତ୍ସା ଅଧିକାରୀ ନରୋତ୍ତମ ଶର୍ମାଙ୍କ ନିର୍ଦ୍ଦେଶରେ ଜୟପୁରର କାୱାଣ୍ଟିଆ ହସ୍ପିଟାଲର ଅଧୀକ୍ଷକ ପୁଲିସ ପାଖରେ ଏକ ମାମଲା ରୁଜୁ କରିଛନ୍ତି । ସୂଚନାଯୋଗ୍ୟ ଜୟପୁରରେ କରୋନା ଟିକା ଶେଷ ହୋଇଛି ଏବଂ ଅନେକ ଟୀକାକରଣ କେନ୍ଦ୍ର ବନ୍ଦ ହୋଇଯାଇଛି ।

ପୁଲିସ ଆଇପିସିର ଧାରା ୩୮୦ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏପ୍ରିଲ୍ ୧୨ରେ, ଜୟପୁରର କାୱାଣ୍ଟିଆ ହସ୍ପିଟାଲର କୋଭାକ୍ସିନର  ମାତ୍ରା ଆସିଥିଲା, ସେହିଦିନ ଯେତେବେଳେ ହସ୍ପିଟାଲ ଷ୍ଟକ୍ ଯାଞ୍ଚ କଲା, ସେଥିରେ ୩୨୦ ଡୋଜ କମିଗଲା । ଏହି ଘଟଣା ପରେ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା ।

ଏହା ପରେ ଡାକ୍ତରଖାନା କମିଟି ଦୁଇ ଦିନ ଯାଞ୍ଚ କରିଥିଲା ​​କିନ୍ତୁ କିଛି ମିଳିଲା ନାହିଁ । ଏହା ପରେ ଡାକ୍ତରଖାନା ପ୍ରଶାସନ ବୁଧବାର ପୁଲିସ ନିକଟରେ ଅଭିଯୋଗ କରିଛି । ରାଜସ୍ଥାନରେ କରୋନା ମାମଲା ମଧ୍ୟ ଦ୍ରୁତ ଗତିରେ ବଢୁଛି । ଗତ ୨୪ ଘଣ୍ଟା ମଧ୍ୟରେ ପାଞ୍ଚ ହଜାରରୁ ଅଧିକ କରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି ଏବଂ ୨୮ ଜଣଙ୍କର ମୃତ୍ୟୁ ହୋଇଛି ।

Comments
Loading...