ହୀରାକୁଦ : ଖୋଲିଲା ୩୨ଟି ଗେଟ୍, ମହାନଦୀକୁ ଆସୁଛି ୫ଲକ୍ଷ କ୍ୟୁସେକ ଜଳ

ହୀରାକୁଦ : ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ୬୨୫.୨୯ ଫୁଟ ରହିଛି । ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୬ଲକ୍ଷ ୯୦ ହଜାର ୧୮୮ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୧୧ ହଜାର ୯୮୩ ଘନଫୁଟ ଜଳ ନିଷ୍କାସିତ ହେଉଛି। ଏହି ସମୟରେ ୨୮ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ପରେ ଆଉ ୪ଟି ଗେଟ୍ ଖୋଲାଯାଇଛି। ​‌ଏବେ ମୋଟ​ ୩୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମପଟର ୨୦ଟି ଏବଂ ଡାହାଣପଟର ୧୨ଟି ଗେଟ ଖୋଲାଯାଇଛି।

ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାରରୁ ଆଜି ୫ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି ବୋଲି ମହାନଦୀ ଉଚ୍ଚ ଅବବାହିକାର ମୁଖ୍ୟ ଯନ୍ତ୍ରୀ କହିଛନ୍ତି। ଏନେଇ ମହାନଦୀ ଅବବାହିକାର ସମସ୍ତ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନଙ୍କୁ ପତ୍ର ଲେଖାଯାଇ ସତର୍କ କରାଇ ଦିଆଯାଇଛି।

Comments are closed.