ଦିଲ୍ଲୀରେ ପହଞ୍ଚିଲା ୩୧୮ ଅକ୍ସିଜେନ କନ୍‌ସେଂଟ୍ରେଟର, ବାୟୁରୁ ତିଆରି ହେବ ଅମ୍ଳଜାନ

ନୂଆଦିଲ୍ଲୀ: କରୋନାର ୨ୟ ତରଙ୍ଗ ଯୋଗୁ ଭାରତ ବହୁମାତ୍ରାରେ ପ୍ରଭାବିତ ହୋଇଛି। ପ୍ରତିଦିନ ଅନେକ ଲୋକ ଅକ୍ସିଜେନ ଅଭାବରୁ ପ୍ରାଣ ହରାଉଛନ୍ତି। ଦେଶରେ ଜାରି ରହିଥିବା ଅକ୍ସିଜେନ ସଙ୍କଟକୁ ଦୃଷ୍ଟିରେ ରଖି ବିକଶିତ ଦେଶଗୁଡ଼ିକଡ ଭାରତକୁ ସହାୟତାର ହାତ ବଢ଼ାଇଛନ୍ତି। ଏହି ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଭାରତକୁ ୩୧୮ ଅକ୍ସିଜେନ କନ୍‌ସେଂଟ୍ରେଟର ପଠାଯାଇଛି, ଯାହା ଆଜି ଅପରାହ୍ନରେ ଆସି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି।

କେନେଡି ଅନ୍ତର୍ଜାତୀୟ ବିମାନବନ୍ଦରରୁ ୫ ଟନ ଓଜନର ଅକ୍ସିଜେନ କନ୍‌ସେଂଟ୍ରେଟରକୁ ନେଇ ଏକ କାର୍ଗୋ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ସୋମବାର ଅପରାହ୍ନରେ ଏହା ଦିଲ୍ଲୀରେ ପହଞ୍ଚିଛି। କନ୍‌ସେଂଟ୍ରେଟର ଏପରି ଏକ ଉପକରଣ, ଯାହା ବାୟୁରୁ ଅମ୍ଳଜାନ ପ୍ରସ୍ତୁତ କରିଥାଏ। ଭାରତରେ ଆଜି ଏହି ଉପକରଣର ସବୁଠୁ ଅଧିକ ଆବଶ୍ୟକତା ରହିଛି।

ଏହା ସହିତ ଆଗାମୀ ୨ ଦିନରେ ଆମେରିକାରୁ ଆହୁରି ୬୦୦ ଅକ୍ସିଜେନ କନ୍‌ସେଂଟ୍ରେଟର ଆସିବ। ଏଗୁଡ଼ିକୁ ଭାରତର କିଛି କମ୍ପାନୀ ଆମେରିକୀୟ କମ୍ପାନୀଠାରୁ କ୍ରୟ କରିଛନ୍ତି। ଏୟାର ଇଣ୍ଡିଆର ୨ଟି ବିମାନ ଏହାକୁ ନେଇ ଭାରତ ଆସିବେ।

Comments are closed.