ରାଜ୍ୟରେ ୩୧୬ ନୂଆ କରୋନା ରୋଗୀ ଚିହ୍ନଟ, ୩ ମୃତ

ଭୁବନେଶ୍ୱର: ରାଜ୍ୟରେ ରବିବାର ସଂଧ୍ୟା ସୁଦ୍ଧା ଦିନକ ମଧ୍ୟରେ ୩୧୬ ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଦିନକ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୮୬ ଏବଂ ସ୍ଥାନୀୟ ସଂକ୍ରମିତ ୧୩୦ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୫୧ ଜଣ ଥିବା ଜଣାଯାଇଛି । ରାଜ୍ୟର ବାଲେଶ୍ୱରରେ ୧, ଭଦ୍ରକ ୧, ବଲାଙ୍ଗିର ୧୦, କଟକ ୩୨, ଢେଙ୍କାନାଳ ୪, ଗଜପତି ୧ ଓ ଗଞ୍ଜାମରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରେ ୪, ଯାଜପୁର ୯, ଝାରସୁଗୁଡା ୨, କଳାହାଣ୍ଡି ୧, କନ୍ଧମାଳ ୧, କେନ୍ଦ୍ରାପଡା ୮, ଖୋର୍ଦ୍ଧା ୧୫୨, ମାଲକାନଗିରି ୧, ମୟୁରଭଞ୍ଜରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି । ନୟାଗଡରେ ୩, ପୁରୀ ୨, ରାୟଗଡା ୧, ସମ୍ବଲପୁର ୭, ସୋନପୁର ୧, ସୁନ୍ଦରଗଡ ୬ ଓ ଷ୍ଟେଟପୁଲରୁ ୩୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୪୫୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୪୨୩୭ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ରାଜ୍ୟର ଅନଗୁଳ, ବାଲେଶ୍ୱର ଓ ଗଞ୍ଜାମ ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

Comments are closed.