ବାଇକ ଚୋରି ରାକେଟର ପର୍ଦ୍ଦାଫାସ ; ୩୧ଟି ଗାଡି ଉଦ୍ଧାର, ୨୧ ଗିରଫ

0

ରାଉରକେଲା : ରାଉରକେଲା ପୁଲିସ ଏକ ବଡ ବାଇକ ଚୋରି ରାକେଟର ପର୍ଦ୍ଦାଫାସ କରିଛି। ଏହି ରାକେଟ ସହିତ ସଂପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୧ଟି ବାଇକକୁ ଉଦ୍ଧାର କରିଛି। ଏହାସହ ୮ଟି ସୁନା ଚେନ, ଗୋଟିଏ ଅଟୋ ମଧ୍ୟ ଉଦ୍ଧାର କରିଛି। ଏହି ମାମଲାରେ ସଂପୃକ୍ତ ଥିବା ୫ଜଣ ଅଭିଯୁକ୍ତଙ୍କ ସହ ଚୋରା ଗାଡି କିଣାବିକା କାରବାରରେ ସାମିଲ ଥିବା ୧୬ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ରାଉରକେଲାର ୬ଟି ଥାନା ଅଞ୍ଚଳରୁ ଏହି ସମସ୍ତ ସାମଗ୍ରୀ ଚୋରି କରିଥିଲେ। ମଙ୍ଗଳବାର ଅପରାହ୍ନରେ ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ସମସ୍ତଙ୍କୁ ଗିରଫ କରିଛି।

 

Leave A Reply