୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର : ବିଜୟ ମିଶ୍ର ପାଇଲେ ଜୟଦେବ ସମ୍ମାନ, ମିହିର ଦାସ ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ

ଭୁବନେଶ୍ୱର : ଭୁବନେଶ୍ବରର ଉତ୍କଳ ମଣ୍ଡପରେ ଗୁରୁବାର ୩୦ତମ ରାଜ୍ୟ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ସମ୍ମାନ ପ୍ରଦାନ କରାଯାଇଛି। ଏହା ସହିତ ମିହିର ଦାସ ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତା ସାହୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି। ଏହା ବ୍ୟତୀତ ବିଭିନ୍ନ ବର୍ଗରୁ ଅନେକ ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରାଯାଇଛି।
ତେବେ ଆସନ୍ତୁ ଜାଣିବା କାହାକୁ କେଉଁ ପୁରସ୍କାରରେ ସମ୍ମାନିତ କରାଯାଇଛି…..
-ବିଶିଷ୍ଟ ନାଟ୍ୟକାର ତଥା ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ‘ଜୟଦେବ ସମ୍ମାନ‘ ପ୍ରଦାନ କରାଯାଇଛି
-ବରିଷ୍ଠ ଅଭିନେତା ମିହିର ଦାସ ‘ଶ୍ରେଷ୍ଠ ଅଭିନେତା’ ଓ ଅର୍ଚ୍ଚିତା ସାହୁ ପାଇଲେ ‘ଶ୍ରେଷ୍ଠ ଅଭିନେତ୍ରୀ’ ପୁରସ୍କାର।
-ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଅକ୍ଷୟ ପରିଜାଙ୍କୁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ।

-ମନମୋହନ ମହାପାତ୍ରଙ୍କୁ ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଦିଆଯାଇଛି।
-ଶ୍ରେଷ୍ଠ କାହାଣୀ, ସଂଳାପ- ଡି. ନିରଞ୍ଜନ ରେଡ୍ଡୀ।
-ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ଶାନ୍ତିରାଜ ଖୋସ୍‌ଲା।
-ଶ୍ରେଷ୍ଠ ଗୀତିକାର- ବସନ୍ତରାଜ ସାମଲଙ୍କୁ।
-ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ- କରୁଣାକର।
-ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା- ଅନ୍ତରା ଚକ୍ରବର୍ତ୍ତୀ।

Comments are closed.