www.samajalive.in
Monday, December 15, 2025
26.1 C
Bhubaneswar

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮: ବିଜୟ ମିଶ୍ରଙ୍କୁ ଜୟଦେବ ସମ୍ମାନ, ମିହିର ଦାସ ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ

ଭୁବନେଶ୍ୱର: ୨୦୧୮ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ସମ୍ମାନ ପ୍ରଦାନ କରାଯିବ। ଏହା ସହିତ ମିହିର ଦାସ ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତା ସାହୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ ହୋଇଛନ୍ତି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି।

- Advertisement -

ଏହା ବ୍ୟତୀତ ବିଭିନ୍ନ ବର୍ଗରୁ ଅନେକ ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରିବା ପାଇଁ ମନୋନୀତ କରାଯାଇଛି। ଆସନ୍ତୁ ଜାଣିବା କାହାକୁ କେଉଁ ପୁରସ୍କାର ଦିଆଯିବ ତାହାର ସମ୍ପୂର୍ଣ୍ଣ ତାଲିକା –

-ବିଶିଷ୍ଟ ନାଟ୍ୟକାର ତଥା ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ‘ଜୟଦେବ ସମ୍ମାନ‘ ପ୍ରଦାନ କରାଯିବ।
-ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଓ ଅର୍ଚ୍ଚିତା ସାହୁଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ’ ପୁରସ୍କାର ପ୍ରଦାନ କରାଯିବ।
-ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଅକ୍ଷୟ ପରିଜାଙ୍କୁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ।
-ମନମୋହନ ମହାପାତ୍ରଙ୍କୁ ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର।
-ଶ୍ରେଷ୍ଠ କାହାଣୀ, ସଂଳାପ- ଡି. ନିରଞ୍ଜନ ରେଡ୍ଡୀ।
-ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ଶାନ୍ତିରାଜ ଖୋସ୍‌ଲା।
-ଶ୍ରେଷ୍ଠ ଗୀତିକାର- ବସନ୍ତରାଜ ସାମଲଙ୍କୁ।
-ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ- କରୁଣାକର।
-ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା- ଅନ୍ତରା ଚକ୍ରବର୍ତ୍ତୀ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories