ମଙ୍ଗଳବାର ରାଶିଫଳ ( ୩୦-୦୬-୨୦୨୦ )

ମେଷ: ବନ୍ଧୁ ମିଳନ ଆନନ୍ଦଦାୟକ ହେବ। ଉନ୍ନତିମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ବୃଷ: ବ୍ୟବସାୟ ଲାଭଜନକ ହେବ। ଚିନ୍ତାମୁକ୍ତ ହେବେ। କର୍ମକୁଶଳତା ଆପଣଙ୍କୁ ମହାନ୍‌ କରି ଗଢ଼ିତୋଳିବ। ଧର୍ମପ୍ରିୟ ହେବେ। କର୍ମ ଚଞ୍ଚଳ ରହିବେ। ବନ୍ଧୁଙ୍କ ଦ୍ବାରା ଉପକୃତ ହୋଇପାରନ୍ତି। ଅବିବାହିତଙ୍କର ବିବାହ ସ୍ଥିର ହୋଇପାରେ।

ମିଥୁନ: କାର୍ଯ୍ୟରେ ଅଗ୍ରଗତି ଘଟିବ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ଶତ୍ରୁ ସହିତ ମୁକାବିଲା ପାଇଁ ବନ୍ଧୁଙ୍କୁ ଆମନ୍ତ୍ରଣ କରିବେ। କୌଶଳରେ ଶତ୍ରୁକୁ ପରାଜିତ କରି ଆଶ୍ବସ୍ତ ହେବେ। ଧର୍ମପରାୟଣ ହେବେ। କର୍ମ ଚଞ୍ଚଳ ରହିବେ। ଶାନ୍ତି ମିଳିବ।

କର୍କଟ: କାର୍ଯ୍ୟ ସାଧନ କରିବାରେ ସିଦ୍ଧହସ୍ତ ହେବେ। ହର୍ଷ-ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି। ଇଷ୍ଟ ପ୍ରାପ୍ତିର ସୌଭାଗ୍ୟ ଉଦୟ ହୋଇଛି। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ।

ସିଂହ: ବ୍ୟବସାୟ ଲାଭଜନକ ହେବ। ସଞ୍ଚୟାଭିମୁଖୀ ହୋଇପାରନ୍ତି। କୃଷି କାର୍ଯ୍ୟରେ ମନୋନିବେଶ କରିବେ। ଯାନବାହନ ସୁଖ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ବିବେଚିତ ହେବେ। ସରଳ ସ୍ବଭାବର ହେବେ।

କନ୍ୟା: ଜଟିଳ ସମସ୍ୟାକୁ ସମାଧାନ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ମାନ୍ୟତା ପ୍ରାପ୍ତ ହେବେ। ସାଧନାରେ ସିଦ୍ଧି ଲାଭ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ବିବାଦରେ ବିଜୟୀ ହେବେ।

ତୁଳା: ସ୍ଥଗିତ କାର୍ଯ୍ୟକୁ ତ୍ବରାନ୍ବିତ କରିପାରନ୍ତି। ସତ୍‌ସଙ୍ଗୀ ହେବେ। ସଦ୍ଭାବନା ସହିତ ପଡ଼ୋଶୀଙ୍କ ସହିତ ସଂପର୍କ ସ୍ଥାପନ କରିବେ। ତ୍ୟାଗପୂତ ମନୋଭାବ ଗ୍ରହଣ କରିପାରନ୍ତି। ନୀତିନିଷ୍ଠ ହେବେ। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ।

ବିଛା: ଆୟ ମଧ୍ୟମ ଧରଣର ହେବ। ବିଭାଗୀୟ କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଧନାଗମ ହେବାର ସୂଚନା ମିଳୁଛି। ଗୁଣଜ୍ଞ ହେବେ। ଶରୀର ସୁସ୍ଥ ରହିବ। ପାରିବାରିକ ସୁଖ ମିଳିବ।

 ଧନୁ: କାର୍ଯ୍ୟ ମଙ୍ଗଳଦାୟକ ହେବ। ବ୍ୟୟାଧିକ୍ୟର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟରେ ସ୍ଥିରତା ଆସିବ। ଶାନ୍ତି ମିଳିବ। ସନ୍ତୁଷ୍ଟ ରହିବେ। ମନୋବଳ ବୃଦ୍ଧି ପାଇବ। ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ।

ମକର: କାର୍ଯ୍ୟରେ ମନଯୋଗୀ ହୋଇପାରନ୍ତି। ଆୟ ଯଥେଷ୍ଟ ପରିମାଣର ହେବ। ପ୍ରୀତିଭୋଜନ ମିଳିପାରେ। ଭ୍ରମଣ ସୁଖ ପାଇପାରନ୍ତି। ସାମାଜିକ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତ ହେବ।

କୁମ୍ଭ: ଯେଉଁ କାର୍ଯ୍ୟରେ ଅନ୍ୟମାନେ ପଛଘୁଞ୍ଚା ଦେବେ; ସେହି କାର୍ଯ୍ୟକୁ ଆପଣ ସହଜରେ କାର୍ଯ୍ୟକାରୀ କରିବାରେ ସିଦ୍ଧହସ୍ତ ହେବେ। କୁଳ ଉଳକାରୀ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ।

ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଗ୍ୟଶାଳୀ ହୋଇପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ।

Comments are closed.