ରାଜ୍ୟରେ ୨୪ ଘଣ୍ଟାରେ ୩୦୮୭ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୩୦୮୭ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସଂଗରୋଧରୁ ୧୭୭୫ ଏବଂ ସ୍ଥାନୀୟ ସଂକ୍ରମିତ ୧୩୧୨ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୭୮, ବାଲେଶ୍ୱର ୨୪୬, ବରଗଡ ୩୬, ଭଦ୍ରକ ୧୪୫, ବଲାଙ୍ଗୀର ୨୧, ବଉଦ ୩୫, କଟକ ୪୬୨, ଦେବଗଡ ୩, ଢେଙ୍କାନାଳ ୯୫, ଗଜପତି ୧୬, ଗଞ୍ଜାମ ୨୨, ଜଗତସିଂହପୁର ୬୦, ଯାଜପୁର ୨୦୫, ଝାରସୁଗୁଡା ୫, କଳାହାଣ୍ଡି ୧୭, କନ୍ଧମାଳ ଜିଲାରୁ ୨୮ ଜଣ ରହିଛନ୍ତି। ସେହିଭଳି କେନ୍ଦ୍ରାପଡାରୁ ୭୦, କେନ୍ଦୁଝର ୭୨, ଖୋର୍ଦ୍ଧା ୫୮୪, କୋରାପୁଟ ୭୭, ମାଲକାନଗିରି ୮୪ ଓ ମୟୁରଭଞ୍ଜରୁ ୧୫୪ ଜଣ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲାରୁ ୩୫, ନୟାଗଡ ୧୧୦, ନୂଆପଡା ୬, ପୁରୀ ୧୮୯, ରାୟଗଡା ୨୧, ସମ୍ବଲପୁର ୩୧, ସୋନପୁର ୨୪, ସୁନ୍ଦରଗଡ ୫୯ ଏବଂ ଷ୍ଟେଟପୁଲରୁ ୯୭ ଜଣଙ୍କୁ ଚିହ୍ନଟ କରାଯାଇଛି।

ରାଜ୍ୟରେ ଗତକାଲି ସୁଦ୍ଧା ମୋଟ ୧୩୮୩୩୮୭୦ ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯୧୨୮୮୭ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୮୭୭୫୪୦ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ରାଜ୍ୟରେ ସଂପ୍ରତି ୩୧୨୩୧ ସକ୍ରିୟ ସଂକ୍ରମିତ ଥିବା ସରକାରୀ ସୂତ୍ରରୁ ପ୍ରକାଶ।

Comments are closed.