ଏଭରେଷ୍ଟ ଆରୋହଣ ; ୯୮ ବର୍ଷରେ ୩୦୮ ମୃତ୍ୟୁ

ଭୁବନେଶ୍ବର : ବିଶ୍ବର  ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବା ଯେତିକି ଦୁଃସାହସିକ ସେତିକି ବିପଦଜନକ କାର୍ଯ୍ୟ । ତେବେ ଓଡିଶାର କଳ୍ପନା ଦାଶ ବିନା ସରକାରୀ ପ୍ରୋତ୍ସାହନରେ ମାଉଣ୍ଟ ଏଭରେଷ୍ଟ ଆରୋହଣ କରି କୀର୍ତ୍ତିମାନ ସ୍ଥାପନା କରିଥିଲେ । କିନ୍ତୁ ଦୁଃଖର କଥା ଦ୍ବିତୀୟ ଥର ମାଉଣ୍ଟ ଏଭରେଷ୍ଟ ଆରୋହଣ କରି ପାଦଦେଶକୁ ଫେରୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । କେବଳ କଳ୍ପନା ନୁହଁନ୍ତି ବିଗତ ସପ୍ତାହରେ ୧୧ ଜଣ ଏଭରେଷ୍ଟ ଆରୋହଣକାରୀଙ୍କର ମୃତ୍ୟୁ ଘଟିଛି । ଏସମ୍ପର୍କରେ ଏକ ବିଶେଷ ରିପୋର୍ଟ ।

କେତେ ଜଣଙ୍କ ପାଇଁ ଅନୁମତି ପ୍ରଦାନ ?

ଖରାପ ପାଣିପାଗ କାରଣରୁ ୩୮୧ ଜଣ ପର୍ବତଆରୋହୀଙ୍କ ପାଇଁ ନେପାଳ ଅନୁମତି ପ୍ରଦାନ କରିଛି । ନେପାଳର ପର୍ଯ୍ୟଟନ ବିଭାଗର ମୁଖପାତ୍ର ମୀରା ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ ଏଥର ଏଭରେଷ୍ଟରେ ଦୁଇ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି । ୫୩ ବର୍ଷୀୟ କଳ୍ପନା ଦାଶ ଏଭରେଷ୍ଟର ଶୀର୍ଷର ପହଞ୍ଚି ଫେରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ବର୍ଷୀୟ ପର୍ବତ ଆରୋହୀ ନିହାଲ ଭଗବାନ ଏଭରେଷ୍ଟ ଯିବା ରାସ୍ତାରେ ପ୍ରାଣ ହରାଇଛନ୍ତି ।

pic courtesy Wikipedia

ଏପର୍ଯ୍ୟନ୍ତ ୩୦୮ ପର୍ବତ ଆରୋହୀଙ୍କ ମୃତ୍ୟୁ

ସରକାରୀ ସୂଚନା ଅନୁଯାୟୀ, ହିମାଳୟର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟରେ ପହଞ୍ଚିବା ପାଇଁ ପ୍ରଥମେ ୧୯୨୧ରେ ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ୧୯୫୩ରେ ସଫଳତା ମିଳିଥିଲା । ସେବେ ଠାରୁ ଆଜି ପର୍ଯ୍ୟନ୍ତ ୩୦୮ ଜଣ ପର୍ବତଆରୋହୀଙ୍କ ପ୍ରାଣ ହାନୀ ଘଟିଛି । ଏଭରେଷ୍ଟର ଉଚ୍ଚତା ୮୮୪୮ ମିଟର ହୋଇଥିବା ବେଳେ ୮ ହଜାର ମିଟର ଉପରେ ଆଧିକାଂଶ ପର୍ବତଆରୋହୀଙ୍କ ମୃତ୍ୟୁ ହୋଇଛି । ତେଣୁ ଏହାକୁ ମୃତ୍ୟୁସ୍ଥଳ ବା ଡେଥ୍ ଜୋନ୍ ଭାବେ ଜଣାଯାଉଛି । ପର୍ବତ ଆରୋହୀଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହକୁ ସେଠାରେ ଛାଡି ଦିଆଯାଏ । ସେଗୁଡିକ ମଧ୍ୟରୁ ବହୁତ କମ୍ ମୃତଦେହକୁ ଉଦ୍ଧାର କରାଯାଇଥାଏ । ଦୀର୍ଘ ୯୮ ବର୍ଷରୁ ସେଠାରେ ପଡିଥିବା ମୃତଦେହଗୁଡିକ ଏପର୍ଯ୍ୟନ୍ତ ନଷ୍ଟ ହୋଇନାହିଁ । ଏହାର କାରଣ ହେଉଛି ଏଭରେଷ୍ଟର ତାପମାତ୍ରା । ଏଭରେଷ୍ଟରେ ତାପମାତ୍ର ସର୍ବଦା (ବିଯୁକ୍ତ) -୧୬ରୁ -୪୦ ଡିଗ୍ରୀ ସେଲସିୟସ୍ ରହିଥାଏ ।

ବରଫ ଅତଡା ଧସିବା ଏବଂ  ଅମ୍ଳଜାନ ଅଭାବ ହେଉଛି ଏଭରେଷ୍ଟରେ ପର୍ବତ ଆରୋହୀଙ୍କ ମୃତ୍ୟୁର ମୁଖ୍ୟ କାରଣ । ବରଫ ଅତଡା ଧସି ୧୯୭୦ ମସିହାରେ ୬ ଜଣ, ୧୯୭୪ ମସିହାରେ ୬ ଜଣ, ୧୯୯୬ ମସିହାରେ ୧୨ ଜଣ,୨୦୧୪ ମସିହାରେ ୧୬ ଜଣ ଏବଂ ୨୦୧୫ ମସିହାରେ ୨୨ ଜଣ ଜଣଙ୍କ ମୃତ୍ୟୁ ହୋଇଛି ।

କେଉଁ ଦେଶରେ କେତେ ମୃତ

ନେପାଳ : ୧୧୯
ଭାରତ , ଜାପାନ : ୧୯-୧୯
ୟୁକେ : ୧୭
ଆମେରିକା : ୧୫
ଚୀନ : ୧୨
ଦକ୍ଷିଣ କୋରିଆ : ୧୧
ଅଷ୍ଟ୍ରେଲିଆ : ୭
ଜର୍ମାନୀ, ରୁଷିଆ, ପୋଲାଣ୍ଡ : ୭-୭
କାନାଡା, ଫ୍ରାନ୍ସ : ୬-୬
ଚେକୋସ୍ଲୋଭାକିଆ : ୫
ସ୍ପେନ : ୪
ବୁଲଗାରିଆ, ଆୟାରଲ୍ୟାଣ୍ଡ, ଇଟାଲୀ, ନ୍ୟୁଜିଲ୍ୟାଣ୍ଡ, ସ୍ବିଜରଲ୍ୟାଣ୍ଡ : ୩-୩
ଅଷ୍ଟ୍ରିଆ, ଚେକ ଗଣରାଜ୍ୟ, ଡେନମାର୍କ, ହଙ୍ଗରୀ, ସ୍ଲୋଭେନିଆ, ତାଇୱାନ, ୟୁଗୋସ୍ଲାଭିୟା :୨-୨
ଅନ୍ୟ : ୧୩

କେଉଁ କାରଣରୁ ମୃତ୍ୟୁ ଏବଂ ମୃତ୍ୟୁ ସଂଖ୍ୟା କେତେ ?

ବରଫ ଅତଡା ଧସି : ୬୮
ଖସି ପଡିବା ଦ୍ବାରା : ୬୭
ଏକ୍ସପୋଜର :୨୭
ଉଚ୍ଚତା ଯୋଗୁଁ ଶ୍ବାସରୁଦ୍ଧ : ୨୧
ହୃଦଘାତ : ୧୧
କ୍ଲାନ୍ତି : ୧୫
ଅନ୍ୟାନ୍ୟ କାରଣ : ୮୩

ଏଭରେଷ୍ଟର କେଉଁ ସ୍ଥାନରୁ କେତେ ଜଣଙ୍କ ମୃତ୍ୟୁ

-ଏଭରେଷ୍ଟ ଶୃଙ୍ଗ ନିକଟରେ (୮୮୪୮ ମିଟର) : ୫୦% ପାଦ ଖସିବା ଯୋଗୁଁ, ୧୦% ମସ୍ତିକ ଫୁଲିବା କାରଣରୁ ଏବଂ ୪୦% ଅଜଣା କାରଣରୁ ମୃତ୍ୟୁ ହୋଇଛି ।

-ଦକ୍ଷିଣ ସ୍ତମ୍ଭ (୭୯୦୬ ମିଟର): ୬% ଏକ୍ସପୋଜର, ୧୧.୧% ମସ୍ତିକ ଫୁଲିବା କାରଣରୁ, ୧୧.୧% କ୍ଲାନ୍ତି ଏବଂ ୨୨.୨% ପର୍ବତରୁ ଖସିବା କାରଣରୁ ମୃତ୍ୟୁ ହୋଇଛି ।

-ଲୋଜ ଫେସ (୭୪୦୦ ମିଟର) : ୮% ବରଫ ଧସିବା, ୧୪.୩% ପାଦ ଖସିବା ଯୋଗୁଁ, ୧୪.୩ ଅଜଣା କାରଣ ମୃତ୍ୟୁ ହୋଇଛି ।

-ଉତ୍ତର ସ୍ତମ୍ଭ (୭୦୨୦ ମିଟର) : ବରଫ ଧସିବା କାରଣରୁ ୧୦୦% ମୃତ୍ୟୁ ହୋଇଛି ।

-ବେସ୍ କ୍ୟାମ୍ପ (ମୂଳ ଶିବିର): ୭% ପାଦ ଖସିବା କାରଣରୁ, ୧୫.୪% ହୃଦଘାତ ଏବଂ ଅନ୍ୟାନ୍ୟ ଅନ୍ୟ କାରଣ ଯୋଗୁଁ ମୃତ୍ୟୁ ହୋଇଛି ।

ଉପସ୍ଥାପନା: ବୈଜୟନ୍ତି ନାୟକ 

Comments are closed.