ରାଜ୍ୟରେ ୨ ଲକ୍ଷ ୨୯ ହଜାର ୩୮୭ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଆଉ ୩ ହଜାର ୫୩ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରୁ ଆଜି ଆଉ ୩ ହଜାର ୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୯ ହଜାର ୩୮୭ରେ ପହଞ୍ଚିଛି । ଆଜି ଚିହ୍ନଟ ୩ ହଜାର ୫୩ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୧୮୦୪ ଓ ୧ ୨୪୯ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୩୦ ଜିଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୬୧ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳରୁ ୬୪, ବାଲେଶ୍ବରରୁ ୮୫, ବରଗଡରୁ ୯୮, ଭଦ୍ରକରୁ ୭୦, ବଲାଙ୍ଗୀରରୁ ୯୫, ବୌଦ୍ଧରୁ ୨୮, କଟକରୁ ୨୫୬, ଦେବଗଡରୁ ୧୬, ଢେଙ୍କାନାଳରୁ ୫୧, ଗଜପତିରୁ ୧୮, ଗଞ୍ଜାମରୁ ୫୨, ଜଗତସିଂହପୁରରୁ ୭୨, ଯାଜପୁରରୁ ୧୧୦, ଝାରସୁଗୁଡାରୁ ୧୪୬, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୩୨, କେନ୍ଦ୍ରାପଡାରୁ ୧୧୫, କେନ୍ଦୁଝରରୁ ୧୩୩, କୋରାପୁଟରୁ ୪୪, ମାଲକାନଗିରିରୁ ୬୨, ମୟୂରଭଞ୍ଜରୁ ୧୫୩, ନବରଙ୍ଗପୁରରୁ ୧୪, ନୟାଗଡରୁ ୬୭, ନୂଆପଡାରୁ ୫୬, ପୁରୀରୁ ୧୨୭, ରାୟଗଡାରୁ ୩୬, ସମ୍ବଲପୁରରୁ ୧୨୩, ସୋନପୁରରୁ ୮୩, ସୁନ୍ଦରଗଡରୁ ୯୮ ଓ ଷ୍ଟେଟ ପୋଲ ୧୪୭ ରହିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୩୩ ଲକ୍ଷ ୯୫ ହଜାର ୨୬୫ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୨ ଲକ୍ଷ ୨୯ ହଜାର ୩୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୪୩୧୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୯୪୧୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୮୯୨ ଜଣଙ୍କର ମୃତ୍ୟୁ ହୋଇଛି ।

 

Comments are closed.