ସୁସ୍ଥ ହେଲେ ଆଉ ୩୦୩ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୭ ହଜାର ଟପିଲା

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୦୦୬କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଗଞ୍ଜାମରୁ ସର୍ବାଧିକ ୧୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଯାଜପୁରୁ ୪୬, ଖୋର୍ଦ୍ଧାରୁ ୨୮, କଟକରୁ ୨୧, କେନ୍ଦୁଝରରୁ ୧୬ ଏବଂ ନୟାଗଡରୁ ୧୪ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟ ପକ୍ଷରେ ନବରଙ୍ଗପୁରରୁ ୯ ଜଣ, ପୁରୀରୁ ୭, ବରଗଡରୁ ୬, ଢେଙ୍କନାଳ,ଝରସୁଗୁଡା ଓ ମୟୂରଭଞ୍ଜରୁ ୫ ଜଣ ଲେଖାଏଁ, ଅନୁଗୋଳ ଏବଂ ନୂଆପଡାରୁ ୪ଜଣ ଲେଖାଏଁ, ବାଲେଶ୍ବର, କେନ୍ଦ୍ରାପଡା ଏବଂ ସମ୍ବଲପୁରରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗୀର, ଜଗତସିଂହପୁର, କୋରାପୁଟ,ଏବଂ ମାଲକାନଗିରିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments
Loading...