ଆଜି ରାଜ୍ୟରୁ ଆଉ ୩୦୨୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ମଙ୍ଗଳବାର ରାଜ୍ୟରୁ ଆଉ ୩୦୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮୪୪ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୧୧୮୧ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୬୬ ଜଣ ରହିଥିବା ବେଳେ କଟକରୁ ୩୧୨ ,ଗଞ୍ଜାମରୁ ୨୦୭,କେନ୍ଦ୍ରାପଡାରୁ ୧୨୮,ବାଲେଶ୍ବରରୁ ୪୦,କୋରାପୁଟରୁ ୧୩୯,ନୟାଗଡରୁ ୬୭, ମାଲକାନଗିରିରୁ ୩୨,ମୟୁରଭଞ୍ଜରୁ ୨୧୫,ସମ୍ବଲପୁରରୁ ୮୩,ବରଗଡରୁ ୬୧,ବଲାଙ୍ଗୀରରୁ ୨୪,ଭଦ୍ରକରୁ ୯୪,ଅନୁଗୁଳରୁ ୫୮,ବୋଦ୍ଧରୁ ୯,ଦେବଗଡରୁ ୧,ଢେଙ୍କାନାଳରୁ ୧୩୨,ଗଜପତିରୁ ୨୯,ଜଗତସିଂପୁରରୁ ୭୮,ଯାଜପୁରରୁ ୮୫,ଝାରସୁଗୁଡାରୁ ୫୯,କଳାହାଣ୍ଡିରୁ ୮୨,କନ୍ଧମାଳରୁ ୨୨,କେନ୍ଦୁଝରରୁ ୫୦,ନବରଙ୍ଗପୁରରୁ ୪୬,ପୁରୀରୁ ୧୩୬,ରାୟଗଡାରୁ ୧୩,ସୋନପୁରରୁ ୨୨,ସୁନ୍ଦରଗଡରୁ ୫୬ ଜଣ ରହିଛନ୍ତି।


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୧୮ ଲକ୍ଷ ୩୯ ହଜାର ୮୫୪ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୧ ଲକ୍ଷ ୬ହଜାର ୫୬୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୭ ହଜାର ୨୮୬ ଜଣ ସୁସ୍ଥ ହୋଇଥିବା ବେଳେ ୫୦୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ୨୮ ହଜାର ୭୧୯ ଜଣ ଚିକିତ୍ସିତ ହେଉଛନ୍ତି।

Comments are closed.